ପ୍ରସ୍ତୁତି ସାମଗ୍ରୀ-
ମସରୁମ୍୬-୭ଟା
ଗାଜର ୧ ଟା
ପାଳଙ୍ଗ ପତ୍ର ୮-୧୦ଟା
ସିମଲା ମିଚ୍ ୧ ଟା
ବିନସ୍ ୬-୭ ଟା
ରସୁଣ ଛେଚା ୧/୨ ଚାମଚ
ନାଲି ଶୁଖିଲା ଲଙ୍କା ୨ଟା
ତେଲ ୧ ଚାମଚ
ଭେଜିଟେବଲ୍ ଚାମଚ
ଭେଜିଟେବଲ୍ ଷ୍ଟକ୫କପ୍
ନୁଡୁଲ୍ ୧୦୦ ଗ୍ରାମ
ଆଜିନୋମୋଟ ୧/୪ ଚାମଚ
ଭିନେଗାର ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ
ସବୁ ପରିବାକୁ ପ୍ରଥମେ ଧୋଇ ନିଅନ୍ତୁ |ଗାଜର,ମସରୁମ୍, ସିମଲା ମିଚ୍,ବିନସ୍ ଗୁଡିକୁ ପତଳା ପତଳା ଲମ୍ବା କରି କାଟି ରଖନ୍ତୁ | କରେଇରେ ଗରମ କରନ୍ତୁ ଓ ରସୁଣ ଛେଚା ଦେଇ ଭାଜନ୍ତୁ । ଏଥର ନାଲି ଲଙ୍କାକୁ ଛୋଟ ଖଣ୍ଡ କରି ତେଲରେ ଦିଅନ୍ତୁ । ସବୁ ପରିବା କଟାଗୁଡିକୁ ଦେଇ ଭାଜନ୍ତୁ । ୨ ମିନିଟ୍ ପରେ ଭେଜିଟେବଲ୍ ଷ୍ଟକ୍ ଦେଇ ଫୁଟାନ୍ତୁ । ଏଥର ନୁଡୁଲ୍କୁ ଭେଜିଟେବ୍ଲ ଷ୍ଟକରେ ଦେଇ ୩-୪ ମିନିଟ ଧୀମା ଆଞ୍ଚରେ ରାନ୍ଧନ୍ତୁ । ନୁଡୁଲ୍ ସିଝିଗଲେ ଆଜିନୋମୋଟ, ଲୁଣ, ଗାଲମରିଚ ଗୁଣ୍,ଓ ପାଳଙ୍ଗପତ୍ର କଟାକୁ ସୁପରେ ଦିଅନ୍ତୁ | ୧ ମିନିଟ୍ ରାନ୍ଧି ଭିନେଗାର ଦିଅନ୍ତୁ ଓ ସୁପ୍କୁ ଚୁଲିରୁ ଓହ୍ଲାଇ ରଖନ୍ତୁ ।