ପ୍ରସ୍ତୁତି ସାମଗ୍ରୀ-
ପନିର୍ ୧୦୦ ଗ୍ରାମ୍
ପାଳଙ୍ଗ- ୧ ବିଡା,
ରସୁଣ- ୧, ୨ ଚାମଚ ଛେଚା
ତେଲ ୧/୨ ଟେବଲ୍ ଚାମଚ,
ଚିକେନ୍ ଷ୍ଟକ୍ /ଭେଚିଟେବଲ୍ ଷ୍ଟକ୍-୬କପ୍,
ଅଜିନାମୋଟ-୧/୪ ଚାମଚ,
କର୍ନଫ୍କୋର- ୧ ଚାମଚ
ଲୁଣ ଓ ଗୋଲମରିଚ ଗୁଣ୍ଡ
ସ୍ଵାଦ ଅନୁସାରେ ଲୁଣ
ସୋୟା ସସ୍-୧ ବଡ ଚାମଚ |
ପ୍ରଣାଳୀ– ପନିରକୁ (୧ ଇଞ୍ଚ) ତ୍ରିକୋଣାକାର କରି କାଟି ରଖନ୍ତୁ । ପାଳଙ୍ଗ ପତ୍ରଗୁଡିକୁ ଭଲକରି ଲମ୍ବା ଲମ୍ବା ପତଳା କରି କାଟି ରଖନ୍ତୁ । କରେଇରେ ତେଲ ଗରମ କରି ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ । ଚିକେନ୍ ଷ୍ଟକ/ଭେଜିଟେବ୍ଲ ଷ୍ଟକ୍ ଦେଇ ଫୁଟାନ୍ତୁ | ଆଞ୍ଚ ଧୀମା କରି ପନିର୍ ଖଣ୍ଡଗୁଡିକୁ ସୁପ୍ରେ ଦିଅନ୍ତୁ । ଶେଷରେ ପାଳଙ୍ଗ ପତ୍ର କଟା ଦେଇ ୧ ମିନିଟ୍ ଫୁଟାନ୍ତୁ । କର୍ନଫ୍ଲୋରକୁ ଥଣ୍ଡା ପାଣିରେ ମିଶାଇ ସୁପ୍ରେ ଦିଅନ୍ତୁ । ସୁପ୍କୁ ଗରମ ଗରମ ପରଷନ୍ତୁ ।