ପ୍ରସ୍ତୁତି ସାମଗ୍ରୀ-
ଚିଙ୍ଗୁଡି ୮/୧୦ ମଧ୍ଯମ ସାଇଜର କିମ୍ବା ୩୦ ୦ଗ୍ରାମ ଚିଙ୍ଗୁଡି
କର୍ନଫ୍ଲୋର ୧ଟେବଲ ଚାମଚ
କଞ୍ଚାଲଙ୍କା ୨ଟା (କଟା)
ଧନିଆପତ୍ର ୧/୪ କପ୍ (କଟା)
ରସୁଣ ଛେଚା ୧/ ୨ ଚାମଚ
ଅଦାଛେଚା ୧/ ୨ ଚାମଚ,
ତେଲ ୧/ ୨ ଚାମଚ
ଫସ୍ ଷ୍ଟକ୍/ପାଣି ୬କପ୍
ଗୋଲମରିଚ ଗୁଣ୍ଡ ୧/ ୨ ଚାମଚ
ଅଜିନୋମୋଟ ୧/ ୨ ଚାମଚ
ଲୁଣ ସ୍ଵାଦ ଅନୁସାରେ ଲେମ୍ବୁ ରସ ଟେଚୁଲ୍ ଚାମଚ ।
ପ୍ରଣାଳୀ– ପ୍ରଥମେ ଚିଙ୍ଗୁଡି ଗୁଡିକୁ ସଫା କରି ମୁଣ୍ଡ ଓ ଲାଞ୍ଜ ପଟକୁ କାଢି ଅଲଗା କରନ୍ତୁ । ଏହାକୁ ଫୁଟା ପାଣିରେ ଦେଇ ଧୀମା ଆଞ୍ଚରେ ରାନ୍ଧନ୍ତୁ । ୫ ମିନିଟ୍ ପରେ ଏହି ଫିସ୍ ଷ୍ଟକ୍ ଛାଣି ରଖନ୍ତୁ । ବଡ ଚିଙ୍ଗୁଡି ହେଲେ ଏହାକୁ ଖୁବ୍ ଛୋଟ ଛୋଟ କାଟି ରଖନ୍ତୁ । କର୍ନଫ୍ଲୋର୍କୁ ୧/ ୨ କପ୍ ଥଣ୍ଡା ପାଣି ଗୋଳାଇ ରଖନ୍ତୁ । କରେଇରେ ତେଲ ଗରମ କରି ରସୁଣ ଛେଚା ଓ କଞ୍ଚାଲଙ୍କା କଟା ଦେଇ ଭାଜନ୍ତୁ । ଏଥିର ଅଦା ଛେଚା ଓ ଫସ୍ ଷ୍ଟକ୍ ଦେଇ ଫୁଟାନ୍ତୁ । ଧୀରେ ଧୀରେ ଅଜିନୋମୋଟ, ଲୁଣ ଓ ଗୋଲମରିଚ କୁଣ୍ଡ
ନେଇ ଧୀମା ଆଞ୍ଚରେ ୪/୫ ମିନିଟ୍ ରାନ୍ଧନ୍ତୁ । ଏଥର ଚିଙ୍ଗୁଡି କଟାଦେଇ ୧ ମିନିଟ୍ରାନ୍ଧନ୍ତୁ । କର୍ନଫ୍ଲୋର ମିଶ୍ରଣ ଓ ଧନିଆପତ୍ର କଟା ଦେଇ ଗୋଳାନ୍ତୁ । ସୁପ୍ରେ ଲେମ୍ବୂ ରସ ଦେଇ ଓହ୍ଲାନ୍ତୁ ଗରମ ଗରମ ପରଷନ୍ତୁ । ଇଚ୍ଛା ଅନୁସାରେ ଚିଲି ସସ୍ ଦେଇପାରନ୍ତି ।