ପ୍ରସ୍ତୁତି ସାମଗ୍ରୀ-
ଗାଜର ୧ଟି
ବନ୍ଧାକୋବି କଟା ୧ କପ୍
ଲେଟୁସ୍ ପତ୍ର
ଫୁଲକୋବି ୫୦ଗ୍ରାମ
ପିଆଜ ୧ଟି ସଣ୍ଢା ସହ
ଚିମୁଟାଏ ବେକିଂ ପାଉଡର,
ଚିମୁଟାଏ ସାଇଟ୍ରିକ୍ ଏସିଡ୍
ସୋୟାସସ୍ ୨ ଚାମଚ
ଲୁଣ ରୁଚିମୁତାବକ |
ପ୍ରଣାଳୀ– ଗାଜରକୁ ପତଳା କାଟି ରଖନ୍ତୁ । ଲେଟୁସ ଓ ବନ୍ଧାକୋବି ପତ୍ରକୁ ଧୋଇ ଖୋଲି ରଖନ୍ତୁ । ପିଆଜକୁ ପତ୍ର ସହ କାଟି ରଖନ୍ତୁ | ତେଲ ଗରମ କରି ତାପରେ ପରିବା ଗୁଡିକ ଭାଜିନିଅନ୍ତୁ । ତା’ ଦେହରେ ବେକିଂ ପାଉଡର, ସାଇଟ୍ରିକ୍ ଏସିଡ୍ ପକାଇ ୩ ରୁ ୪ ମିନିଟ୍` ଉଚ୍ଚତାପରେ ଭାଜନ୍ତୁ । ତା’ପରେ ୫କପ୍ ଗରମ ପାଣି, ସୋୟାସସ୍ ଲୁଣ ଦେଇ ଫୁଟେଇ ନିଅନ୍ତୁ | ଗରମ ଗରମ ଚିଲିସସ୍ ବା ଚିଲି ଭିନିଗାର ସହିତ ଦିଅନ୍ତୁ । ଏଥିରେ ବହୁତ କମ୍ ତେଲ ଖର୍ଚ୍ଚ ହେବ ।