ପ୍ରସ୍ତୁତି ସାମଗ୍ରୀ-
୧/୨ କପ୍ ଗାଜର କୋରା
୧/ ୨ କପ୍ ବନ୍ଧାକୋବି କୋରା
୫/୬ଟା ମସରୁମ୍ (ଛୋଟକଟା)
୬/୭ଟା ବିନ୍ସ୍(ଛୋଟ କଟା)
୧/ ୨ କପ୍ ପିଆଜ ସଣ୍ଢା (କଟା)
୧ ଟା ସିମ୍ଲାମିର୍ଚ ( ଛୋଟକଟା)
୪/୫ ପାଖୁଡା ରସୁଣ
୧/୨ ଚାମଚ ଅଦା ଛେଚା
ଭେଜିଟେବଲ୍ ଷ୍ଟକ୍/ଚିକେନ ଷ୍ଟକ୍- ୬କପ୍
୩ ଟେବଲ ଚାମଚ କର୍ନଫ୍ଲୋର
ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ
୨ ଟେବଲ୍ ଚାମଚ ତେଲ,
୧/ ୪ଚାମଚ ଅଜିନୋମୋଟ
୨ଟେବଲ୍ ଚାମଚ୍ ସୋୟା ସସ୍
୨ ଟେଚଲ୍ ଚାମଚ୍ ଗ୍ରୀନ୍
ଚିଲି ସସ୍
୨ ଟେବଲ୍ ଚାମଚ ଭିନେଗାର
ପ୍ରଣାଳୀ– କରେଇରେ ତେଲ ଗରମ କରି ପିଆଜ ସଣ୍ଢାର ଧଳା ଅଂଶ, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ । ୧ ମିନିଟ୍ ପରେ ସବୁ ପରିବା କଟା ଦେଇ ତେଜ ଆଞ୍ଚରେ ୨-୩ମିନିଟ୍ ଭାଜରୁ | ଏଥର ଭେଜିଟେବଲ୍ ଷ୍ଟକ୍ କିମ୍ବା ଚିକେନ୍ ଷ୍ଟକ୍ ଦିଅନ୍ତୁ । ସୁପ ଫୁଟିଲେ କର୍ନଫ୍ଲୋରେ୍ରେ ୧/ ୨ କପ୍ ଥଣ୍ଡାପାଣି ଦେଇ ମିଶ୍ରଣ ତିଆରି କରନ୍ତୁ ଓ ସୁପ୍ରେ ମିଶାନ୍ତୁ । ଭଲ୍ କରି ଗୋଳାନ୍ତୁ । ସୁପ୍ ଗାଢା ହେଲେ ଭିନେଗାର, ଗ୍ରୀନ୍ ଚିଲି ସସ୍, ସୋୟା ସସ ଦିଅନ୍ତୁ ¦ ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ ଦିଅନ୍ତୁ । ପିଆଜ ସଣ୍ଢା ପତ୍ର କଟା ଦେଇ ଗରମ ପରଷଡ୍ତୁ । ଚିଲି ଅଏଲ୍- ୧ ଚାମଚ ଗରମ ତେଲରେ ୧ଚାମଟ ନାଲି ଲଙ୍କା ଗୁଣ୍ଡ ଦିଅନ୍ତୁ । ଏହି ତେଲକୁ ସୁପ୍ରେ ମିଶାନ୍ତୁ । ଏପରି କଲେ ସୁପ୍ର ସ୍ଵାଦ ବଢିଯାଏ ।