ପ୍ରସ୍ତୁତି ସାମଗ୍ରୀ : ୧ କପ୍ ଚୂନା ଚୂନା କଟା ଛତୁ,
୨ କପ୍ ଅଟା,
୧ କପ୍ ମଇଦା
୨ ଟି ସିଝାଆଳୁ
ଅଧା କପ୍ କଟା ପିଆଜ
୨ ଚାମଚ ଅଦା ରସୁଣର ବଟା,
ଅଧା ଚାମଚ କଟାଲଙ୍କା
୨ ଚାମଚ କଟା ଧନିଆପତ୍ର
୧ ଚାମଚ ଗରମମସଲା ଗୁଣ୍ଡ,
ଆବଶ୍ୟକୀୟ ଘିଅ ବା ରିଫାଇନ୍ ।
ପ୍ରସ୍ତୁତ ପ୍ରଣାଳୀ : ଅଟା ଓ ମଇଦାକୁ ଏକାଠି ଲୁଣ ଓ ପାଣି ଦେଇ ଭଲ ଭାବେ ଚକଟି ୧ ଘଣ୍ଟା ରଖି ଦିଅନ୍ତୁ । ଏହାପରେ ଆଳୁ ସିଝାରେ ସମସ୍ତ ମସଲା ମିଶାଇ ଓ ଛତୁ କଟା ପକାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ପରେ ଏହି ଛୋଟ ଗୁଳାକୁ ଅଟା ଗୁଳା ମଧ୍ଯରେ ରଖି ନିଜର ପସନ୍ତ ଅନୁସାରେ ପରଟା ବେଲନ୍ତୁ । ଏହାପରେ ଘିଅ କିମ୍ବା ରିଫାଇନ୍ ତେଲ ପକାଇ ପରଟା ସେକି ଦିଅନ୍ତୁ । ଟମାଟୋ କିମ୍ବା ଚିଲି ସସ୍ ସହିତ ଏହାକୁ ଗରମ ଗରମ ପରଷନ୍ତୁ ।