ପ୍ରସ୍ତୁତି ସାମଗ୍ରୀ : ୨୦୦ ଗ୍ରାମ୍ ଛତୁ, ୨ ଚାମଚ ଚିଲିଗାର୍ଲିକ ମିଶା ସସ୍, ଅଧା ଚାମଚ ଅଜିନାମଟୋ, ୨ ଚାମଚ କଟା ଧନିଆପତ୍ର, ଅଧା ଚାମଚ କଞ୍ଚାଲଙ୍କା କିମା, ଅଧା ଚାମଚ ବଟା ରସୁଣ, ୨ ଟି ଅଣ୍ଡା, ୨ ଚାମଚ କର୍ଣ୍ଣଫ୍ଲୋର୍, ଗୋଟିଏ କଞ୍ଚା ଟମାଟୋର ସ୍ଲାଇସ୍, ୧ ଚାମଚ ମଇଦା, ଅଧା ଚାମଚ ଚିନି, ୫ ଚାମଚ ତେଲ ଓ ସ୍ଵାଦ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଭଲଭାବରେ ବାଛି ଦିଅନ୍ତୁ । ସେଥିରେ କିଛି ମଇଦା, ସ୍ଵାଦ ଅନୁସାରେ ଲୁଣ, ଅଜିନାମଟୋ ଓ ଅଣ୍ଡା ଭାଙ୍ଗି ମିଶାନ୍ତୁ| ପରେ ଅଳ୍ପ ରସୁଣବଟା ଦେଇ ଭଲଭାବରେ ଗୋଳାଇ ଦିଅନ୍ତୁ । ଗ୍ୟାସ୍ ଚୁଲାରେ କଡ଼େଇ ବସାଇ ତେଲ ଗରମ କରି ଗୋଳା ହୋଇ ରହିଥିବା ଛତୁକୁ ଛାଣନ୍ତୁ । ତା’ପରେ ଅନ୍ୟ ଏକ କଡ଼େଇରେ ଅନ୍ନ ତେଲ ଦେଇ ଅଳ୍ପ କଞ୍ଚାଲଙ୍କା କିମା ଓ ଛଣା ହୋଇଥିବା ମସଲାଛତୁକୁ ପକାଇ ଗୋଳାନ୍ତୁ । ତା’ପରେ ସେଥିରେ ଗାର୍ଲିକ୍ ସସ୍, ଅଜିନାମଟୋ, ସ୍ବାଦ ଅନୁସାରେ ଲୁଣ ଓ ଚିନି ଦେଇ ଭଲଭାବରେ ଫୁଟାନ୍ତୁ । ଅନ୍ୟ ଏକ ପାତ୍ରରେ ଏହାକୁ ବାହାର କରି ସେଥିରେ କଟା ଧନିଆପତ୍ର ଓ କଞ୍ଚା ଟମାଟୋ ଦେଇ ସଜାଇ ପରିବେଷଣ କରନ୍ତୁ ।