ପ୍ରସ୍ତୁତି ସାମଗ୍ରୀ : ୨ କପ୍ ଛତୁ
୧ କପ୍ ଗ୍ରୀନ୍ମଟର
୪ ଚାମଚ ଅଦା ପିଆଜ ଓ ରସୁଣର ବଟା
୧ ଚାମଚ ଗୁଣ୍ଡଧନିଆ
୧ ଚାମଚ ପୋସ୍ତ
୧ ଚାମଚ ଗୁଣ୍ଡ ଲଙ୍କା,
୧ ଚାମଚ କଟା ଟମାଟୋ,
ଅଧା ଚାମଚ ଗୁଣ୍ଡ ହଳଦି,
୧ ଚାମଚ ଗରମ ମସଲା ଗୁଣ୍ଡ
୧ ଚାମଚ କଟା ଧନିଆପତ୍ର
ଆବଶ୍ୟକ ମୁତାବକ ତେଲ
ଓ ସ୍ଵାଦ ଅନୁଯାୟୀ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଛୋଟ ଛୋଟ ଖଣ୍ଡ କରି ରଖନ୍ତୁ । ପରେ କଡ଼େଇ ଗରମ କରି ଅଳ୍ପ ତେଲ ଦେଇ କଟା ଛତୁକୁ ଭାଜି ନିଅନ୍ତୁ । ପୁନର୍ବାର କଡ଼େଇରେ ତେଲ ଗରମ କରି ସମସ୍ତ ମସଲାକୁ ମିଶାଇ ଭଲ ଭାବେ କଷନ୍ତୁ । ଏହି କଷା ମଲାରେ ମଟର ମଞ୍ଜିକୁ ମିଶାଇ ଅଳ୍ପ ପାଣି ଓ ଲୁଣ ଦେଇ ଢ଼ାଙ୍କୁଣୀ ଘୋଡ଼ାର ଦିଅନ୍ତୁ | ଝାଳ. ଟିକେ ମୋଟା ହୋଇ ଆସିବା ବେଳକୁ ଏଥିରେ ଭଜା ଛତୁ ମିଶାଇ ଗରମ
ମସଲା ଗୁଣ୍ଡ ଓ କଟା ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ । ରୁଟି କିମ୍ବା ଭାତ ସହିତ ଏହାକୁ ଗରମ ଗରମ ପରଷନ୍ତୁ ।