ପ୍ରସ୍ତୁତି ସାମଗ୍ରୀ- ଛତୁ ୨୫୦ଗ୍ରାମ ପିଆଜ ୨ଟି, ରସୁଣ ୨ ଫାଖୁଡା, ମଟର ୨୫୦ଗ୍ରାମ, ଟମାଟୋ ୨ଟି ହଳଦୀ ୧ ଚାମଚ, କଞ୍ଚାଲଙ୍କା ୨ ଟି ତେଲ ୧ଚାମଚ ।
ପ୍ରଣାଳୀ– ଛତୁକୁ ପରିଷ୍କାର ଧୋଇଛୋଟ ଛୋଟ କରି କାଟିବ । କଡେଇରେ ତେଲ ଗରମ ହେଲେ ପିଆଜକଟା ଭାଜିବ ବାଦାମୀରଙ୍ଗ ହେବାଯାଏ । ତା’ ଦେହରେ ରସୁଣଛେଚା, ହଳଦୀ, ବିଲାତିବାଇଗଣ, ମଟର ଓ ଛତୁକୁ ଦେଇ ଭାଜିବ ।ଭାଜିହେଲାବେଳକୁ ପାଣି କପେ ଦେବ । ସିଝିଆସିଲେ ଶୁଖା ଶୁଖା ଅବସ୍ଥାରେ ଧନିଆପତ୍ର ଦେଇ ଓହ୍ଲାରବ ।