ପ୍ରସ୍ତୁତି ସାମଗ୍ରୀ– ବାଇଗଣ ୧୦ଟି
ବୁଟଡାଲି ୪ଚାମଚ
ଚୋପାଛଡା ବିରିଡାଲି ୨ ଚାମଚ
ମେଥି ୨ଚାମଚ୍
ବେସନ
ଚାଉଳଚୁନା
ଜିରା
ଲୁଣ
ହଳଦୀ
ଶୁଖିଲା ଲଙ୍କା
ପରିମାଣ ଅନୁଯାୟୀ ତେଲ ।
ପ୍ରଣାଳୀ– ପ୍ରଥମେ ବାଇଗଣକୁ ମଝିଫାଳ କରି ଲୁଣ ପାଣିରେ ସିଝେଇ ନିଅନ୍ତୁ । ଭିତର ଅଂଶ ଚାମଚରେ ଆସ୍ତେ କୋରି ନିଅନ୍ତୁ । ମେଥି, ବୁଟଡାଲି, ବିରିଡାଲି, ଜିରା, ଲଙ୍କା ଭାଜି ଗୁଣ୍ଡ କିରିନିଅନ୍ତୁ । ଏହିଗୁଣ୍ଡ ସହିତ ବାଇଗଣ ଭିତର ଅଂଶ ଚକଟନ୍ତୁ । ଆଳୁଚକଟା ମିଶେଇପାରନ୍ତି । ବାଇଗଣ ଭିତରେ ଏହି ପୁର ଦେଇ ବେସନ ବୁଡେଇ ତାୱ୍ଵାରେ ସିମ୍ରେ ଭାଜନ୍ତୁ । ଏଥରେ କମ୍ ତେଲ ଖର୍ଚ୍ଚହୁଏ । ରୁଚି ଅନୁଯାୟୀ ଏଇ ସୂର ସାମାନ୍ୟ ତେନୁଳି ରସ ଦେଇପାରନ୍ତି ।