ପ୍ରସ୍ତୁତି ସାମଗ୍ରୀ-
ଫୁଲକୋବି ୧ଟା
ଘିଅ ବା ବଟର ୫୦ଗ୍ରାମ
ଭଜା ଜିରା ୨ଚାମଟ
ଭଜା ଧନିଆ ୨ ଚାମଟ
ଭଜା ଲଙ୍କାଗୁଣ୍ଡ ୨ ଚାମଚ
ବିଲାତିବାଇଗଣ ୨ଟି
ଅଦା ଖଣ୍ଡେ
ଲୁଣ,ହଳଦୀ ପରିମାଣ ଅନୁଯାୟୀ |
ପ୍ରଣାଳୀ- ପ୍ରଥମେ କୋବିକୁ ଧୋଇ ଲୁଣ, ହଳଦୀ ଗୋଳେଇ ରଖ । ତା’ଉପରେ ବଟରକୁ ପକେଇ ତା” ଦେହରେ ଅଦାବଟା ଦେଇ କଷି କୋବିକୁ ପକାଅ | ପାଞ୍ଚମିନିଟ୍ ପରେ କଟା ବିଲାତିବାଇଗଣ ପକେଇ ଭାଜ | ତା’ପରେ ଜିରା, ଧନିଆ, ଲଙ୍କାଗୁଣ୍ଡ ଦେଇ ସାମାନ୍ୟ ଢାଙ୍କିଦିଅ । ଓହ୍ଲାଇ ଗରମ ଗରମ ଖାଇବାକୁ ଦିଅ ।