ପ୍ରସ୍ତୁତି ସାମଗ୍ରୀ– ୨୫୦ଗ୍ରାମ ବେସନ
୨ ଚାମଚ ଲଙ୍କାଗୁଣ୍ଡ
ନଡିଆକାରା ୨ ଚାମଚ
ଗରମମସଲା ୧ ଚାମଚ
ଚିନି ଅଧ ଚାମଚ,
ଧନିଆପତ୍ର କଟା ୨ ଚାମଚ
ଗୋଟିଏ ଲେମ୍ବୁର ରସ
ସୋରିଷ
ହେଙ୍ଗୁ
ହଳଦୀ
ତେଲ ଲୁଣ ପରିମାଣ ଅନୁଯାୟୀ ।
ପ୍ରଣାଳୀ– ଭେଣ୍ଡିଗୁଡିକ ଧୋଇ କନାରେ ପୋଛିନେବେ । ପ୍ରତ୍ୟେକ ଭେଣ୍ଡିକୁ ଲମ୍ବାପଟେ ଟିକେ ଚିରିଦେବ ଏବଂ ସେଥିରେ ବେସନ, ଲଙ୍କାଗୁଣ୍ଡ, ଗରମମସଲା, ଚିନି ରସ ଗୋଳେଇ ପୁର ଦେଇଦେବେ । କଡେଇରେ ତେଲ ଦେଇ ସୋରିଷ, ହେଙ୍ଗୁ ହଳଦୀଗୁଣ୍ଡ ପକେଇବେ ଏବଂ ପୁରଦିଆ ଭେଣ୍ଡି ଗୁଡିକ ଗୋଟିକ ପରେ ଗୋଟିଏ ପକେଇବ । ଢାଙ୍କୁଣି ଦେଇ ସିମ୍ରେ ବସେଇବେ । ଓହ୍ଲାଇବା ଆଗରୁ ନଡିଆକୋରା ଓ ଧନିଆପତ୍ର ଦେଇ ଖାଇବାକୁ ଦେବେ ।