ପ୍ରସ୍ତୁତି ସାମଗ୍ରୀ : ୧ କଫ୍ ଗୋଲ ଗୋଲ କଟା ହୋଇଥିବା ବନ୍ତଳ କଦଳୀ, ୨ କପ୍ କଟା ଲେଉଟିଆ ଶାଗ, ଅଧା କପ୍ କଟା ଧନିଆପତ୍ର, ୧ ଚାମଚ କଟାରସୁଣ, ୨ଟି ଶୁଖିଲା ଲଙ୍କା, ୧ ଚାମଚ ଜିରା ଓ ସୋରିଷ, ଅଧା କପ୍ ଜୋରାନଢ଼ିଆ, ଆବଶ୍ୟକ ଅନୁସାରେ ତେଲ ଓ ସ୍ଵାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ତେଲ ଗରମ କରି ଜିରା ଓ ସୋରିଷ ଫୁଟାଇ ଶୁଖିଲାଲଙ୍କା ଓ ରସୁଣ ଭାଜି ସେଥିରେ କଟାକଦଳୀ ପକାନ୍ତୁ । କିଛି ସମୟ ପରେ ଏପଟ ସେପଟ କଲାପରେ କଟାଶାଗ, କଟାଧନିଆପତ୍ର, କୋରାନଡ଼ିଆ ଓ ଲୁଣ ପକାଇ ଭାଜନ୍ତୁ |ସିଝିଗଲେ ପ୍ଲେଟକୁ କାଢ଼ି ସଜାଇ ଖାଇବାକୁ ଦିଅନ୍ତୁ ।