ପ୍ରସ୍ତୁତି ସାମଗ୍ରୀ : ୨ ବିଡ଼ା ପାଳଙ୍ଗ ଶାଗ, ୨୦୦ ପ୍ରା. ବୁଟଡଲି, ୨ ଛୋଟଚାମଚ ଲେଖାଏଁ ବଟାପିଆଜ, କଟାରସୁଣ ଓ କଟା କଞ୍ଚାଲଙ୍କା, ୧ ଛୋଟଚାମଚ ଲେଖାଏଁ ଜିରା, ମେଥି, ଗୁଣ୍ଡଲଙ୍କା, ଗରମ ଗୁଣ୍ଡମସଲା ଓ ଅଳପ କଟା ଧନିଆପତ୍ର, ୨ ବଡ଼ଚାମଚ ଲହୁଣି, ଅଧା ଚାମଚ ଚିନି, ଗୋଟିଏ ଟମାଟୋ, ସ୍ବାଦ ଅନୁସାରେ ଲୁଣ |
ପ୍ରସ୍ତୁତ ପ୍ରଣାଳୀ : ବୁଟ ଡାଲିକୁ ଅଧଘଣ୍ଟା ବତୁରାନ୍ତୁ । ଡାଲିକୁ ଧୋଇ ୧ କପ୍ ପାଣିରେ ଗୁଣ୍ଡହଳଦି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ । ପାଳଙ୍ଗ ଶାଗକୁ ଧୋଇ, ଛାଣି ଚୂନା ଚୂନା କରି କାଟି ରଖନ୍ତୁ । କଡ଼େଇରେ ଲହୁଣି ପକାଇ ଗରମ କରି ଚିନି ପକାନ୍ତୁ । ଚିନି ଲାଲ୍ ହୋଇଗଲେ ଜିରା ପକାନ୍ତୁ, ଜିରା ଫୁଟିଗଲେ କଟା ରସୁଣ ଓ କଟାକଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ । କଟା ଟମାଟୋ ଓ ବଟା ପିଆଜ ପକାଇ ମସଲାରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଏଥିରେ ମେଥି ଗୁଣଲଙ୍କା ଓ ଗୁଣହଳଦି ପକାଇ ଭଲଭାବରେ ଗୋଳାଇ କାଟି ରଖିଥିବା ଶାଗ ପକାନ୍ତୁ । ସ୍ଵାଦ ଅନୁସାରେ ଲୁଣ ପକାଇ ଶାଗରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ଏଥରେ ପୂର୍ବରୁ ସିଝାଇ ରଖିଥିବା ଡାଲିକୁ ପକାଇ ଭଲଭାବରେ ଗୋଳାଇ, ଉପରେ କଟା ଧନିଆପତ୍ର ଓ ଗରମ ମସଲାଗୁଣ୍ଡ ଦେଇ ଚୁଲିରୁ ଓହ୍ଲାନ୍ତୁ । ପରଟା କିମ୍ବା ରୁଟି ସହିତ ଏହାକୁ ଗରମ ଗରମ ପରିବେଷଣ କରନ୍ତୁ ।