Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)
    Odia Recipe

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    lizaBy lizaApril 1, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    hyderabadi-dum-biryani
    hyderabadi-dum-biryani
    Share
    Facebook Twitter LinkedIn Pinterest Email
    hyderabadi-dum-biryani
    hyderabadi-dum-biryani

    ସାମଗ୍ରୀ :
    ଲମ୍ବା ବାସୁମତୀ ଚାଉଳ-୨ କପ୍
    ଲୁଣ-୧ ଚାମଚ
    ଚିକେନ୍-୨୫୦ଗ୍ରାମ୍
    ତେଜପତ୍ର-୨ ଟି
    ଗୋଟା ଗରମ ମସଲା-(୪ ଟି ଗୁଜୁରାଜି ,୨ଟି ଅଳେଇଚ , ୬ଟି ଲବଙ୍ଗ , ୮ଟି ଗୋଲମରିଚ ,୩ଟି ଅନିଆସୀ ଫୁଲ,୨ କଞ୍ଚ ଡାଲଚିନି ୧ ଖଣ୍ଡ ,୧/୨ ଚାମଚ ଜାଇତ୍ରୀ , ଫାଳେ ଜାଇଫଳ)
    ସାହୀଜିରା-୧/୨ ଚାମଚ
    ବଟା ଅଦା-୧/୨ ଚାମଚ
    ବଟା ରସୁଣ-୧ ଚାମଚ
    କଟା କଞ୍ଚାଲଙ୍କା-୪ ଟିର
    ବଡ ପିଆଜ କଟା-୩ଟିର (ତେଲରେ ଲାଲ୍ କରି ଭଜା)
    ଆଲୁବୁଖାରା-୬-୭ଟି
    ବିରିଆନୀ ମସଲା-୧ ପୂରା ଚାମଚ
    ଧନିଆ ଗୁଣ୍ଡ-୧ ଚାମଚ
    ଦହି-୧ କପ୍
    ସାଫ୍‌ରନ୍-୧/୩ ଚାମଚ
    କ୍ଷୀର-୧ କପ୍
    କାଜୁ-କିସ୍‌ମିସ୍(ଭଜା)-୧ ଟେବୁଲ୍-ଚାମଚ
    ପୋଦିନା ପତ୍ର-୧ ଟେବୁଲ୍-ଚାମଚ
    ଧନିଆ ପତ୍ର-୧ ଟେବୁଲ୍-ଚାମଚ
    କଞ୍ଚାଲଙ୍କା-୨ଟି
    ମୋଗଲାଇ ଅତର -୨ ବୁନ୍ଦା
    କେଓରା ଜଲ୍-୧ ଚାମଚ
    ଖାଇବା ରଙ୍ଗ- (ଗ୍ରୀନ୍,ଲାଲ୍,କମଳା) ପ୍ରତ୍ୟେକ ୨ ବୁନ୍ଦା
    ଘିଅ -୨ ବଡ ଚାମଚ

    ପ୍ରଣାଳୀ:
    ଚାଉଳକୁ ଧୋଇ ହାଣ୍ଡିରେ ଆବଶ୍ୟକ ପାଣି ଦେଇ ଚୁଲିରେ ଭାତ ରନ୍ଧନ୍ତୁ | ସେଥିରେ ଲୁଣ ,ତେଜପତ୍ର ,ଅଧା ପୋଦିନା ପତ୍ର,୧/୩ ଭାଗ ଗରମ ମସଲା ପକାଇ ଭାତ ଫୁଟାନ୍ତୁ | ୩/୪ ଭାଗ ରାନ୍ଧିହୋଇଗଲେ ଭାତକୁ ପାଣିରୁ ଛାଣି ଖୋଲା ଥାଳିରେ ରଖନ୍ତୁ | ଟିକେ ଥଣ୍ଡା ହେଲେ କିଛି କିଛି ଭାତ ଅଲଗା କରି ଖାଇବା ରଙ୍ଗ ପକାନ୍ତୁ | ଟିକେ ଥଣ୍ଡା ହେଲେ କିଛି କିଛି ଭାତ ଅଲଗା କରି ଖାଇବା ରଙ୍ଗ ପକାନ୍ତୁ |ମାନେ କିଛି ଭାତ ଭାତ ଧଳା,କିଛି ଲାଲ୍ ,ଅଳ୍ପ କିଛି କମଳା ଓ ବାକି ସରୁଜ |
    ଚିକେନ୍‌କୁ ଧୋଇ ସେଥିରେ ଲୁଣ,ହଳଦି ,ତେଲ ,ଦହି, ଅଦା-ରସୁଣ ବଟା ପକାଇ ୧/୨ ଘଣ୍ଟା ମାରିନେଟ୍ ପାଇଁ ରଖନ୍ତୁ |ପୋଦିନା ପତ୍ର,ଧନିଆ ପତ୍ର ଓ କଞ୍ଚାଲଙ୍କାକୁ ପକାଇ ବାଟିଦିଅନ୍ତୁ |ଏହାକୁ ମଧ୍ୟ ଚିକେନ୍‌ରେ ମିଶାଇଦେଇଥିବେ |
    ଏଥ ନନ୍‌ଷ୍ଟିକ୍ ପ୍ୟାନ୍ ଗରମ କରନ୍ତୁ | ୧ ଚାମଚ ଘିଅ ପକାଇ ଗୋଟାଏ ତେଜପତ୍ର ,ସାହୀଜିରା ଓ ଗୋଟା ଗରମ ମସଲାଗୁଡିକୁ ଦରକୁଟା କରି ପକାନ୍ତୁ | ଫୁଟିଲେ ମ୍ୟାରିନେଟ୍ ହୋଇଥିବା ଚିକେନ୍‌କୁ ପକାନ୍ତୁ ଓ ଚିକେନ୍ ସିଝି ପାଣି ମରିବାଯାଏଁ ଗୋଳାଇ ରାନ୍ଧନ୍ତୁ (ପ୍ରାୟ ୧୦-୧୫ ମିନିଟ୍‌ରେ ହୋଇଯିବ ) |ଏଥର କଟା କଞ୍ଚାଲଙ୍କା , ବିରିଆନୀ ମସଲା ,ଧନିଆ ଗୁଣ୍ଡ ଓ ଆଲୁ ବୁଖାରା (୧୫ ମିନିଟ୍ ପାଣିରେ ବତୁରାଇଥିବେ ଆଗଅରୁ ) ପକାଇ ଭଲକରି ଗୋଳାନ୍ତୁ |ଆଉ ଏକ ହାଣ୍ଡି ବା ନନ୍‌ଷ୍ଟିକ୍ ଗହୀରିଆ ପ୍ୟାନ୍ ନିଅନ୍ତୁ ,ବଳକା ଘିଅକୁ ଭଲକରି ଲଗାଇଦିଅନ୍ତୁ , ଅଳ୍ପ ମାଂସ ,ତା ଉପରେ ଭାତର ଆସ୍ତରଣ ,ପୁଣି ବଳକା ମାଂସଓ ଶେଷରେ ଭାରତ ଆସ୍ତରଣ ଦେଇ କ୍ଷୀରମିଶା ସାଫ୍‌ରନ୍(୧୦ ମିନିଟ୍ ଭିଜାଇ ରଖିଥିବେ ),କାଜୁ-କିସ୍‌ମିସ୍ ଭଜା ,ଲାଲ୍ କରି ଭାଜିଥିବା ପିଆଜ ,ମୋଗଲାଇ ଅତର ., କେଓରା ଜଳ ପକାଇ କଭର୍‌ ଲଗାଇ ଅଟାଦଳା ଦେଇ ଢାଙ୍କୁଣୀକୁ ସିଲ୍ କରିଦିଅନ୍ତୁ |ଚୁଲି ଓ ଉପରେ ତାୱା ଗରମ କରି ହାଣ୍ଡିର ତା ଉପରେ ୧୦ ମିନିଟ୍ ପାଇଁ ରଖନ୍ତୁ |ଖାଇବା ପୂର୍ବରୁ ହାଣ୍ଡିର ଧାଙ୍କୁଣୀ ଖୋଲନ୍ତୁ |ଗୋଳାଇ ପ୍ଲେଟ୍‌କୁ ବାଢି ଖାଇବାକୁ ଦିଅନ୍ତୁ ,କଚୁମ୍ବର ସହିତ |

    New Odia Recipe Odia Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ଗାଜର ହାଲୱା

    March 31, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.