ପ୍ରସ୍ତୁତି ସାମଗ୍ରୀ : ୨ ବିଢ଼ା ବଥୁଆ ଶାଗ, ଗୋଟିଏ ଲେଖାଏ ଆଳୁ, ବାଇଗଣ, ମୂଳା ଓ ପିଆଜ, ୨ଟି କଞ୍ଚାଲଙ୍କା, ଅଳ୍ପ ଜିରା, ଆବଶ୍ଯକ ଅନୁଯାୟୀ ତେଲ, ଓ ସ୍ଵାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ବଥୁଆ ଶାଗକୁ ଧୋଇ ଚୂନା ଚୂନା କରି କାଟନ୍ତୁ । ସବୁ ପରିବା, ପିଆଜ ଓ ଲଙ୍କାକୁ ଛୋଟ ଛୋଟ କରି କାଟି ରଖନ୍ତୁ | କଡ଼େଇରେ ତେଲ ଗରମ କରି ସେଥିରେ ଜିରା ଓ କଞ୍ଚାଲଙ୍କା ଫୁଟାନ୍ତୁ | ତା’ପରେ ସବୁ କଟା ପରିବା ପକାଇ ଲୁଣ ଦେଇ ଗୋଳାଇ ଧିମା ଆଞ୍ଚରେ ବସାଇ ଦିଅନ୍ତୁ । ପରିବା ନରମ ହେବା ପରେ ଶାଗ ପକାଇ ଗୋଳାନ୍ତୁ । ୫ ମିନିଟ୍ ପରେ ଚୁଲିରୁ ଓହ୍ଲାଇ ପରଷନ୍ତୁ ।