ଆସନ୍ତା ଜାନୁଆରୀ ୨୩ ତାରିଖରେ ଆମେ ୧୨୨ତମ ନେତାଜୀ ଜୟନ୍ତୀ ବା ଜନ୍ମବାର୍ଷିକୀ ପାଳନ କରିବା | ଆସନ୍ତୁ ଏହି ପରିପ୍ରେକ୍ଷୀରେ ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନର ସ୍ମୃତିଚାରଣ କରି ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରିବା | ଭାରତ ସ୍ବାଧୀନତା ସଂଗ୍ରାମର ଅଗ୍ରଣୀ ନେତା ସୁବାଷ ଚନ୍ଦ୍ର ବୋଷ୍ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଏବଂ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା | ତାଙ୍କର ପିତା ଜାନକୀ ନାଥ ବୋଷ କଟକର ଜଣେ ପ୍ରସିଦ୍ଧ ଓକିଲ ଥିଲେ ଓ ମା’ ପ୍ରଭାବତୀ ଜଣେ ଧାର୍ମିକ ମହିଳା ଥିଲେ | ସମଗ୍ର ଭାରତରେ ସେ ଆମର ପ୍ରିୟ ‘ନେତାଜୀ’ ଭାବେ ସୁପରିଚିତ | ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବ୍ରିଟିସ୍ ସରକାର ବିରୁଦ୍ଧରେ ଲଢିବା ପାଇଁ ଜାପାନ୍ ସହଯୋଗରେ ଏହି ବୀର ଓଡିଆ ‘ଆଜାଦ୍ ହିନ୍ଦ୍ ଫୌଜ’ ଗଠନ କରିଥିଲେ ଏବଂ ‘ଭାରତୀୟ ଜାତୀୟ କଂଗ୍ରେସ’ର ଅଧ୍ୟକ୍ଷ ମଧ୍ୟ ଥିଲେ |
Know More About Netaji Subhas Chandra Bose
ଓଡିଶାର ଏହି ସ୍ବାଧୀନତା ସଂଗ୍ରାମୀ ‘ଜୟ ହିନ୍ଦ୍’ ସ୍ଲୋଗାନକୁ ପ୍ରତି ଭାରତୀୟର ହୃଦୟର ସ୍ବର ତଥା ସ୍ବାଭିମାନର ସ୍ବର ଭାବେ ସାରା ବିଶ୍ବରେ ପରିଚୟ କରାଇଥିଲେ | ନେତାଜୀଙ୍କର ସ୍ଲୋଗାନ ‘ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି’ ପ୍ରତି ଭାରତୀୟଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ବି ତାଙ୍କ ସ୍ମୃତିକୁ ଅମ୍ଳାନ ରଖିଛି |

ଆସନ୍ତୁ ଜାଣିବା ଏହି ମହାନ ଆଦର୍ଶ ଦେଶପ୍ରେମୀ ତଥା ଆମ ସବୁରି ପ୍ରିୟ ନେତାଜୀଙ୍କର ଆଉ କେତେକ ଏପରି ବିଚାରାଧାରା ସମ୍ବନ୍ଧରେ…
୧- ସ୍ବାଧୀନତା କେହି କାହାକୁ ଦିଏ ନାହିଁ; ବରଂ ସ୍ବାଧୀନତାକୁ ହାସଲ କରିବାକୁ ହୁଏ |
୨-ରାଷ୍ଟ୍ରବାଦୀ ମାନବ ଜାତିର ଉଚ୍ଚତମ ଆଦର୍ଶ ସତ୍ୟ, ଶିବ, ସୁନ୍ଦର ଦ୍ବାରା ସର୍ବଦା ପ୍ରେରିତ ହୋଇଥାଏ |
୩-ଭାରତରେ ରାଷ୍ଟ୍ରବାଦ ଏପରି ଏକ ଶକ୍ତିର ସଞ୍ଚାର କରିଛି ଯାହା ଜନତାଙ୍କ ମନରେ ଅନେକ ବର୍ଷରୁ ନିଷ୍କ୍ରିୟ ହୋଇ ପଡି ରହିଥିଲା |
୪- ମନେରଖନ୍ତୁ ! ସବୁଠାରୁ ବଡ ଅପରାଧ ହେଉଛି ଅନ୍ୟାୟକୁ ସହିବା ଏବଂ ଭୁଲ୍ ସହ ବୁଝାମଣା କରିନେବା |
୫- ଏକ ପ୍ରକୃତ ସୈନ୍ୟ ପାଇଁ ଉଭୟ ଯୁଦ୍ଧଶିକ୍ଷା ଓ ଆଧ୍ୟାତ୍ମିକତାର ପ୍ରଶିକ୍ଷଣର ଆବଶ୍ୟକତା ରହିଛି |
୬- ଇତିହାସରେ କେବେ ବି ବିଚାର ବିମର୍ଷ ଦ୍ବାରା କୌଣସି ନିର୍ଦ୍ଧିଷ୍ଟ ପରିବର୍ତ୍ତନ ହାସଲ କରାଯାଇ ପାରି ନାହିଁ |
୭- ମୋର ମନରେ କୌଣସି ସନ୍ଦେହ ନାହିଁ ଯେ ଆମ ଦେଶର ପ୍ରମୁଖ ସମସ୍ୟା ଦାରିଦ୍ର୍ୟ, ଅଶିକ୍ଷା ଓ ରୋଗ-ବେମାରୀ କିନ୍ତୁ ଉତ୍ତମ ଉତ୍ପାଦନ ଏବଂ ବିତରଣ କେବଳ ସମାଜବାଦୀ ଉପାୟରେ କରାଯାଇ ପାରେ |
୮-ଏହା ଆମର କର୍ତ୍ତବ୍ୟ ଯେ ଆମ ସ୍ବତନ୍ତ୍ରତାର ମୂଲ୍ୟ ଆମେ ଆମ ଲହୁ ଦେଇ ସୁଝିବା; ଆମକୁ ଆମର ବଳିଦାନ ଓ ପରିଶ୍ରମ ଦ୍ବାରା ଯେଉଁ ସ୍ବତନ୍ତ୍ରତା ମିଳିଛି ଆମ ଭିତରେ ତାହାକୁ ରକ୍ଷା କରିବାର ତାକତ, ସାମର୍ଥ୍ୟ ଓ ଶକ୍ତି ଥିବା ନିହାତି ଦରକାର |
୯- ଆଜି ଆମ ଭିତରେ କେବଳ ଗୋଟିଏ ଇଚ୍ଛା ଥିବା ଦରକାର; ପ୍ରାଣବଳି ଦେବାର ଇଚ୍ଛା, ଯାହା ଫଳରେ କି ଭାରତ ବଞ୍ଚି ପାରିବ ! ଏକ ସହିଦ୍ ପରି ମୃତ୍ୟୁବରଣ କରିବାର ଇଚ୍ଛା, ଯାହା ଫଳରେ କି ସ୍ବତନ୍ତ୍ରତାର ମାର୍ଗ ସହିଦ ର ଲହୁରେ ପ୍ରବେଶ କରିପାରିବ |
୧୦- ଦେଶର ସୈନିକ ଭାବେ ଆପଣଙ୍କୁ ସର୍ବଦା ୩ଟି ଆଦର୍ଶକୁ ଆପଣାଇବା ଓ ତାହାକୁ ଭିତ୍ତି କରି ବଞ୍ଚିବାକୁ ହେବ: ସତ୍ୟ, କର୍ତ୍ତବ୍ୟ ଓ ବଳିଦାନ | ଯେଉଁ ସୈନ୍ୟ ନିଜ ମାତୃଭୂମି ପ୍ରତି ସର୍ବଦା ବିଶ୍ବସ୍ତ ରହିଥାଏ, ଯେଉଁ ସୈନ୍ୟ ନିଜ ମାତୃଭୂମି ପାଇଁ ନିଜ ପ୍ରାଣ ବଳି ଦେବା ପାଇଁ ସର୍ବଦା ପ୍ରସ୍ତୁତ ଥାଏ, ସେ ସର୍ବଦା ଅଜେୟ | ଯଦି ଆପଣ ବି ଅଜେୟ ହେବାକୁ ଚାହୁଁଛନ୍ତି ତେବେ ଆପଣ ଏହି ତିନୋଟି ଆଦର୍ଶକୁ ହୃଦୟରେ ସ୍ଥାନ ଦିଅନ୍ତୁ |
Send Netaji Subhas Chandra Bose Odia Sms To Your Friends
ପୁନ୍ନଶ୍ଚ ୧୨୨ତମ ନେତାଜୀ ଜୟନ୍ତୀର ଶୁଭେଚ୍ଛା ଓ ଶୁଭକାମନା !
1 Comment
Good Message