ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତ ହେବା ପରେ ଜୁଲାଇ ମାସ ୧୯୪୫ ମସିହାରେ ବ୍ରିଟିସ ସରକାର ଭାରତ ପାଇଁ ସାମ୍ବିଧାନିକ ନୂଆ ନୀତିର ଘୋଷଣା କରିବା ସହ ଭାରତର ସମ୍ବିଧାନ ସଭା ନିର୍ମାଣ ପାଇଁ ଏକ ‘କ୍ୟାବିନେଟ୍ ମିସନ’ ଭାରତକୁ ପଠାଇଲା ଯେଉଁଥିରେ ୩ଜଣ ମନ୍ତ୍ରୀ ଥିଲେ | ଅଗଷ୍ଟ ମାସ ୧୫ ତାରିଖ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ଭାରତର ସମ୍ବିଧାନ ସଭା ଘୋଷଣା କରାଗଲା | କିନ୍ତୁ ଭାରତର ସମ୍ବିଧାନ ସଭା ନିଜର କାର୍ଯ୍ୟ ଡିସେମ୍ବର ୯ ତାରିଖ ୧୯୪୭ ମସିହାରେ ଆରମ୍ଭ କରିଥିଲେ |

ସମ୍ବିଧାନ ସଭାର ସଦସ୍ୟ ମାନେ ଭାରତର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କ ଦ୍ବାରା ଚୟନ ହୋଇଥିଲେ | ଜବାହରଲାଲ୍ ନେହେରୁ, ଡଃ ରାଜେନ୍ଦ୍ର ପ୍ରସାଦ, ଡଃ ବି.ଆର୍. ଆମ୍ବେଦକର, ସରଦାର୍ ବଲ୍ଲଭ୍ ଭାଇ ପଟେଲ୍, ମୌଲାନା ଅବଦୁଲ୍ କାଲାମ୍ ଆଜାଦ୍ ଆଦି ମହାନ ଭାରତୀୟ ବ୍ୟକ୍ତି ବିଶେଷ ମାନେ ଭାରତୀୟ ସମ୍ବିଧାନ ସଭାର ପ୍ରମୁଖ ସଦସ୍ୟ ଥିଲେ | ଏହି ସମ୍ବିଧାନ ସଭାର ସଦସ୍ୟମାନେ ଭାରତର ସମ୍ବିଧାନ ପ୍ରସ୍ତୁତ କରିବାକୁ ପ୍ରାୟ ୨ ବର୍ଷ ୧୧ ମାସ ୧୮ ଦିନ ସମୟର ବିଚାର ବିମର୍ଷ ଓ ଆଲୋଚନା କରିଥିଲେ | ଏହି ସମ୍ବିଧାନ ସଭାରେ ସମୁଦାୟ ୧୨ଟି ଅଧିବେସନ ହୋଇଥିଲା ଓ ଅନ୍ତିମ ଦିବସରେ ୨୮୪ ଜଣ ସଦସ୍ୟ ଏହା ଉପରେ ସ୍ବାକ୍ଷର କରିଥିଲେ ଓ ସମ୍ବିଧାନ ପ୍ରସ୍ତୁତ ହେବା ପାଇଁ ସମୁଦାୟ ୧୬୬ ଦିନର ବୈଠକ ବସିଥିଲା ଯେଉଁଥିରେ ଛାପା ଗଣମାଧ୍ୟମ ଓ ଜନତାଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ମଧ୍ୟ ଦିଆ ଯାଇଥିଲା | ଭାରତର ସମ୍ବିଧାନ ନିର୍ମାଣରେ ସମ୍ବିଧାନ ସଭାର ସମୁଦାୟ ୩୮୯ ସଦସ୍ୟ ମାନଙ୍କର ମହତ୍ବପୂର୍ଣ ଭୂମିକା ଓ ଗୁରୁତ୍ବପୂର୍ଣ ଯୋଗଦାନ ରହିଥିଲା | ପରେ ଆମର ଭାରତୀୟ ସମ୍ବିଧାନକୁ ଜାନୁଆରୀ ୨୬ ତାରିଖ ୧୯୫୦ ମସିହା ଠାରୁ କାର୍ଯ୍ୟକାରୀ କରାଗଲା | ସେଥି ପାଇଁ ଜାନୁଆରୀ ୨୬ ତାରିଖକୁ ‘ଗଣତନ୍ତ୍ର ଦିବସ’ କୁହାଯିବା ସହ ‘ଭାରତୀୟ ସମ୍ବିଧାନର ଜନ୍ମ ଦିବସ’ ବା ‘ସମ୍ବିଧାନ ଦବସ’ ବୋଲି ମଧ୍ୟ କୁହାଯାଏ |
ଭାରତୀୟ ମୂଳ ସମ୍ବିଧାନରେ ୩୯୫ଟି ଅନୁଛେଦ ଓ ୮ଟି ଅନୁସୂଚୀ ରହିଥିଲା ଯାହା ୨୨ ଭାଗରେ ବିଭାଜିତ ଥିଲା | କିନ୍ତୁ ପରବର୍ତ୍ତୀ ସମୟରେ ରାଷ୍ଟ୍ରର ଆବଶ୍ୟକତା ଅନୁସାରେ ସଂସଦରେ ସମ୍ବିଧାନ ସଂଶୋଧନ କରିବା ପାଇଁ ବିଲ୍ ଉପସ୍ଥାପନ କରାଯାଇ ଏଥିରେ ଅନେକ ସଂଶୋଧନ ଓ ପରିବର୍ତ୍ତନ କରାଯାଇଛି | ଅଦ୍ୟବଧି ଆମ ସମ୍ବିଧାନ ସଂଶୋଧନ ପାଇଁ ୧୨୪ଟି ବିଲ୍ ସଂସଦରେ ଉପସ୍ଥାପନା କରାଯାଇଛି ଓ ତନ୍ମଧ୍ୟରୁ ୧୦୩ ଥର ସଂଶୋଧନ କରା ଯାଇ ସାରିଛି | ଏହି ୧୦୩ତମ ସଂଶୋଧନ ଜାନୁଆରୀ ୧୨ ତାରିଖ ୨୦୧୯ ମସିହାରେ କରାଯାଇଛି | ବର୍ତ୍ତମାନ ସମୟରେ ଆମ ଭାରତର ସମ୍ବିଧାନରେ ସମୁଦାୟ ୪୬୫ଟି ଅନୁଛେଦ ବିଶିଷ୍ଟ ୩୯୫ ଟି ମୁଖ୍ୟ ଅନୁଛେଦ, ୧୨ଟି ଅନୁସୂଚୀ ରହିଛି ଯାହା ୨୫ଟି ଭାଗରେ ବିଭାଜିତ |
ଆସନ୍ତୁ ଜାଣିବା କେଉଁ କାରଣ ଗୁଡିକ ପାଇଁ ଭାରତୀୟ ସମ୍ବିଧାନ ସ୍ବତନ୍ତ୍ର ଅଟେ:-
୧- ସମ୍ବିଧାନରେ ପ୍ରଶାସନ ବା ସରକାରଙ୍କ ଅଧିକାର ଓ କର୍ତ୍ତବ୍ୟ ଏବଂ ନାଗରିକମାନଙ୍କର ଅଧିକାର ଓ କର୍ତ୍ତବ୍ୟ ବିସ୍ତୃତ ଭାବେ କୁହା ଯାଇଛି |
୨- ଭାରତର ସମ୍ବିଧାନକୁ ସର୍ବପ୍ରଥମେ ହିନ୍ଦି ଓ ଇଂରାଜୀ ଭାଷାରେ ହାତରେ ଲେଖାଯାଇ କାଲିଗ୍ରାଫି କରାଯାଇଥିଲା ଓ ଏହାକୁ ଟାଇପ୍ ବା ପ୍ରିଣ୍ଟିଂ କରାଯାଇ ନାହିଁ |
୩- ଆମ ଭାରତର ସମ୍ବିଧାନ ବିଶ୍ବର ସବୁ ଠାରୁ ଦୀର୍ଘତମ ସମ୍ବିଧାନ |
୪- ସର୍ବୋଚ୍ଚ ନ୍ୟାୟାଳୟ ଭାରତର ସମ୍ବିଧାନକୁ ‘ସଙ୍ଘାତ୍ମକ ସମ୍ବିଧାନ’ ଭାବେ ଗ୍ରହଣ କରିଛନ୍ତି |
୫- ସାମ୍ବିଧାନିକ ପ୍ରସ୍ତାବନା ଅନୁସାରେ ଭାରତ ଏକ ” ସ୍ବତନ୍ତ୍ର, ସମାଜବାଦୀ, ଧର୍ମନିରପକ୍ଷ, ଲୋକତାନ୍ତ୍ରିକ ଗଣରାଜ୍ୟ” ଅଟେ |
୬- ସମ୍ବିଧାନରେ ସରକାରଙ୍କର ସଂସଦୀୟ ସ୍ବରୂପର ବ୍ୟବସ୍ଥା ଏପରି କରାଯାଇଛି ଯେ ଯାହାର ସରଞ୍ଚନା ଏକାତ୍ମକ ବିଶିଷ୍ଟତା ଓ ସଂଘୀୟ ଏବଂ ରାଷ୍ଟ୍ରପତି ହେଉଛନ୍ତି କେନ୍ଦ୍ରୀୟ କାର୍ଯ୍ୟପାଳିକାର ସାମ୍ବିଧାନିକ ମୁଖ୍ୟ |
ଗଣତନ୍ତ୍ର ଦିବସ ଓ ସମ୍ବିଧାନ ଦିବସର ଅନେକ ଅନେକଶୁଭେଚ୍ଛା