ଆପଣ ଜାଣନ୍ତି ଆଜି ହେଉଛି ଫ୍ରେବୁଆରୀ ୧୪ ତାରିଖ ଯାହାକୁ ‘ଭାଲେଣ୍ଟାଇନ୍ ଡେ’ ଭାବେ ପ୍ରେମୀ ଯୁଗଳ ଅନେକ ବର୍ଷରୁ ପାଳନ କରି ଆସୁଛନ୍ତି | ତେବେ ଏହାକୁ ପ୍ରେମର ଦିନ ଭାବେ ଅଦ୍ୟବଧି ପାଳନ କରା ଯାଇ ଆସୁଛି | ଏହି ଦିନଟି ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ସ୍ବତନ୍ତ୍ରତା ବହନ କରେ |
ଏହି ଦିନଟି ବିଭିର୍ଣ ଦେଶରେ ଭିର୍ଣ ଭିର୍ଣ ବିଶ୍ବାସ ସହକାରେ ମଧ୍ୟ ପାଳନ କରାଯାଏ | ମୁଖ୍ୟତଃ ପାଶ୍ଚାତ୍ୟ ଦେଶରେ ଏହି ଦିନଟିକୁ ବେଶ୍ ଧୁମଧାମ୍ ରେ ପାଳନ କରାଯାଏ | କିନ୍ତୁ ପୂର୍ବ ଦେଶଗୁଡିକରେ ଏହି ଦିନକୁ ସ୍ଥଳ ବିଶେଷରେ ଭିର୍ଣ ଭିର୍ଣ ଭାବେ ପାଳନ କରାଯାଇ ଥାଏ | ଯେପରିକି ଚୀନ୍ ରେ ଫ୍ରେବୁଆରୀ ୧୪ କୁ ‘ନାଇଟ୍ସ ଅଫ୍ ସେଭେନ୍ସ”, ଜାପାନ୍ ଓ କୋରିଆରେ ‘ହ୍ବାଇଟ୍ ଡେ’ ନାମରେ ଜଣା ଯାଏ | ଆଉ ପୁଣି ଏହି ଦେଶଗୁଡିକରେ ତ ପୁରା ଏକ ମାସ ପର୍ଯ୍ୟନ୍ତ ପ୍ରେମପୂର୍ଣ ଭାବର ଆଦାନ ପ୍ରଦାନ, ଉପହାର, ଫୁଲ ଆଦିର ଆଦାନ ପ୍ରଦାନ ଚାଲିଥାଏ | ଉନବିଂଶ ଶତାବ୍ଦୀ ରେ ଆମେରିକା ଦେଶ ଫ୍ରେବୁଆରୀ ୧୪ ‘ଭାଲେଣ୍ଟାଇନ୍ ଡେ’ କୁ ଛୁଟି ଦିବସ ଭାବେ ମଧ୍ୟ ଘୋଷଣା କରିଥିଲା |

ୟୁ.ଏସ୍ ର ଗ୍ରୀଟିଙ୍ଗ୍ କାର୍ଡ ସୂଚନା ଅନୁସାରେ ସାରା ବିଶ୍ବରେ ପ୍ରତି ବର୍ଷ ପ୍ରାୟ ୧ବିଲିୟନ୍ ଭାଲେଣ୍ଟାଇନ୍(ପ୍ରେମିକ-ପ୍ରେମିକା)ପରସ୍ପର ମଧ୍ୟରେ ଅଭିନନ୍ଦନର କାର୍ଡ ଦିଆ ନିଆ ହୁଅନ୍ତି ଯେଉଁ ଦିନ କି ଖ୍ରୀଷ୍ଟମାସ ପରେ ସର୍ବାଧିକ କାର୍ଡ ବିକ୍ରି ହେବାର ଦିନ ଭାବେ ଦ୍ବିତୀୟ |
Valentines Day Odia Wishes
ଏପରି କୁହାଯାଏ ଯେ ‘ଭାଲେଣ୍ଟାଇନ୍ ଡେ’ ସର୍ବପ୍ରଥମେ ସେଣ୍ଟ୍ ଭାଲେଣ୍ଟାଇନ୍ ଙ୍କର ନାମ ଅନୁସାରେ ରଖାଯାଇଥିଲା | କିନ୍ତୁ ଏହି ସେଣ୍ଟ୍ ଭାଲେଣ୍ଟାଇନଙ୍କ ବିଷୟରେ ଐତିହାସିକଙ୍କର ବିଭିର୍ଣ ମତ ଥିଲେ ମଧ୍ୟ କୌଣସି ସଠିକ୍ ସୂଚନା ବା ମତ ମିଳି ପାରି ନାହିଁ | ୧୮୬୯ ମସିହାରେ କ୍ୟାଥୋଲିକ୍ ଚର୍ଚ୍ଚ ସମୁଦାୟ ୧୧ଜଣ ସେଣ୍ଟ୍ ଭାଲେଣ୍ଟାଇନ ଥିବା ବିଷୟରେ ସୂଚନା ଦେବା ସହ ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ୧୪ ଫ୍ରେବୁଆରୀରେ ଏକ ସମାରୋହ ପାଳିବାର ଘୋଷଣା କରିଥିଲା | ଉକ୍ତ ୧୧ଜଣ ସେଣ୍ଟ୍ ଭାଲେଣ୍ଟାଇନଙ୍କ ମଧ୍ୟରୁ ସବୁଠାରୁ ମହତ୍ବପୂର୍ଣ ଥିଲେ ରୋମ୍ ର ସେଣ୍ଟ୍ ଭାଲେଣ୍ଟାଇନ |
୧୨୬୦ ମସିହାରେ ସଙ୍କଳିତ ହୋଇଥିବା ” Aria Of Jacob’s Diversion” ନାମକ ପୁସ୍ତକରେ ସେଣ୍ଟ୍ ଭାଲେଣ୍ଟାଇନଙ୍କ ବିଷୟରେ ବର୍ଣନା କରାଯାଇ ଥିବାର ଜଣା ଗଲା ଓ ଏହି ପୁସ୍ତକ ଅନୁସାରେମ ୩ୟ ଶତୀବ୍ଦୀରେ ରୋମ୍ ରେ ସମ୍ରାଟ କାଲଡିୟସ୍ ଙ୍କର ଶାସନ ଥିଲା | କାଲଡିୟସ୍ ଙ୍କ ଅନୁସାରେ ବିବାହ କରିବା ହେତୁ ପୁରୁଷଙ୍କର ଶକ୍ତି ଓ ବୁଦ୍ଧି ହ୍ରାସ ପାଇ ଥାଏ | ତେଣୁ ସେ ଆଦେଶ କରିଥିଲେ ଯେ ତାଙ୍କର କୌଣସି ସୈନିକ ଓ ଅଧିକାରୀ ବିବାହ କରି ପାରିବେ ନାହିଁ | ସେଣ୍ଟ୍ ଭାଲେଣ୍ଟାଇନ୍ ଏହି ଆଦେଶର ପ୍ରତିବାଦ କରିଥିଲେ |
Valentines Day Odia Sms Shayari
କିନ୍ତୁ ସେଣ୍ଟ୍ ଭାଲେଣ୍ଟାଇନ୍ ବିବାହ କରିବାକୁ ଚାହୁଁଥିଲେ ଓ ତାଙ୍କୁ ସମର୍ଥନ ଜଣାଇ ଅନ୍ୟ ସୈନ୍ୟ ଓ ଅଧିକାରୀମାନେ ବିବାହ ମଧ୍ୟ କରିଥିଲେ | ତେଣୁ କାଲଡିୟସ୍ ୧୪ ଫ୍ରେବୁଆରୀ ୨୬୯ ରେ ସେଣ୍ଟ୍ ଭାଲେଣ୍ଟାଇନ୍ ଙ୍କୁ ଫାଶୀ ରେ ଚଢାଇ ଦେଇଥିଲେ | ଆଉ ସେହି ଦିନ ଠାରୁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଫ୍ରେବୁଆରୀ ୧୪କୁ ପ୍ରେମ ଦିବସ ଭାବେ ପାଳନ କରା ଯାଇ ଆସୁଛି |
ଏପରି ମଧ୍ୟ କୁହାଯାଏ ଯେ ସେଣ୍ଟ୍ ଭାଲେଣ୍ଟାଇନ୍ ନିଜ ମୃତ୍ୟୁ ସମୟରେ ଜେଲର୍ ଙ୍କର ନେତ୍ରହୀନ କନ୍ୟା ଜେକବ୍ସ ଙ୍କୁ ନିଜର ନେତ୍ରଦାନ କରିଥିଲେ ଓ ଏକ ପତ୍ର ମଧ୍ୟ ଲେଖି ଥିଲେ ; ଯେଉଁଥିରେ ଶେଷରେ ସେ ଏହା ଲେଖିଥିଲେ ଯେ, ‘ତୁମର ଭାଲେଣ୍ଟାଇନ୍’ | ଯାହାକୁ ପରେ ଫ୍ରେବୁଆରୀ ୧୪ ତାରିଖକୁ ସେଣ୍ଟ୍ ଭାଲେଣ୍ଟାଇନ୍ ଙ୍କ ନାମରେ ଅର୍ଥାତ୍ ‘ଭାଲେଣ୍ଟାଇନ୍ ଡେ’ ନାମରେ ପାଳନ କରାଯାଇ ଆସୁଛି ଓ ଏହି ‘ଭାଲେଣ୍ଟାଇନ୍ ଡେ’ ନାମରେ ନିସ୍ବାର୍ଥ ପ୍ରେମ ସନ୍ଦେସର ଆଦାନ ପ୍ରଦାନ ନିଜ ପ୍ରିୟଜନଙ୍କ ସହ ହୋଇ ଆସୁଛି |
ଆମର ଅଗଣିତ ପ୍ରିୟ ପାଠକ ପାଠିକାଙ୍କୁ ‘ଭାଲେଣ୍ଟାଇନ୍ ଡେ’ର ଶୁଭେଚ୍ଛା ଓ ଶୁଭ କାମନା !