ମୋଦି ସରକାର ନିଜର ଶାସନ କାଳରେ ଦେଶରେ ଅନେକ ବଡ ବଡ ନୀତି ନିୟମରେ ପରିବର୍ତ୍ତନ କରି ଚାଲିଛନ୍ତି | ସୂଚନା ଅନୁସାରେ, ନିକଟରେ ପୁଣି ମୋଦି ସରକାର ନିମ୍ନ ୪ଟି ମୁଖ୍ୟ ନିଷ୍ପତି ନେଇଛନ୍ତି ଓ ତାହାକୁ ଫ୍ରେବୁଆରୀ ୧୫, ୨୦୧୯ରୁ କାର୍ଯ୍ୟକାରୀ କରିବାର ଯୋଜନା କରିଛନ୍ତି |
ଗତ ୧୦ ତାରିଖରୁ ଆସନ୍ତା ୧୫ ତାରିଖ ମଧ୍ୟରେ ମୋଦି ସରକାର ମୁଖ୍ୟତଃ ନିମ୍ନ ୪ଟି ବଡ ଘୋଷଣା କରିଛନ୍ତି | ଏବେ ଆସନ୍ତୁ ଜାଣିବା ସେହି ୪ଟି ନିୟମ କ’ଣ !
୧. ବଦଳିବ ସି.ବି.ଏସ.ସି.ର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଟର୍ନ :-
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଅର୍ଥାତ ସି.ବି.ଏସ.ସି ଛାତ୍ରଙ୍କ ପାଇଁ ଖୁସି ଖବର | ସି.ବି.ଏସ.ସି.ର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି | ପରୀକ୍ଷା ପୂର୍ବରୁ ବୋର୍ଡ ପରୀକ୍ଷା ପାଟର୍ନରେ ପରିବର୍ତ୍ତନ କରିଛି | ନୂଆ ପାଟର୍ନ ଅନୁସାରେ ଅବଜେକ୍ଟିଭ ଟାଇପ୍ ପ୍ରଶ୍ନ ସଂଖ୍ୟା ୧୦ ପ୍ରତିଶତରୁ ବୃଦ୍ଧି କରି ୨୫ ପ୍ରତିଶତ କରିଦେଇଛି |
୨. ପି.ଏମ ଶ୍ରମ ଯୋଗୀ ମାନଧନ ଯୋଜନା :-
୨୦୧୯ ବଜେଟରେ ମୋଦି ସରକାର ଚାଷୀମାନଙ୍କ ପାଇଁ ‘ପି.ଏମ ଶ୍ରମ ଯୋଗୀ ମାନଧନ ଯୋଜନା’
ନାମକ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଥିଲେ | ଏହି ଯୋଜନା ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଛି | ଯୋଜନା ଅନୁଯାୟୀ, ଆସନ୍ତାକାଲି ଠାରୁ ଚାଷୀମାନେ ପେନସନ୍ ପାଇବା ପାଇଁ ଆବେଦନ କରି ପାରିବେ | ଯୋଜନା ଅନୁଯାୟୀ, ୧୮ ବର୍ଷରୁ ୪୦ ବର୍ଷ ବୟସ୍କ ସମସ୍ତ ଚାଷୀ ଯେଉଁମାନଙ୍କର ମାସିକ ଆୟ ୧୫ ହଜାର ସେମାନେ ପେନସନ ପାଇବେ | ପେନସନ ଯୋଜନା ପାଇଁ ଚାଷୀଙ୍କୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ହେବ | ୬୦ ବର୍ଷ ପରେ ସରକାର ପ୍ରତି ଚାଷୀଙ୍କୁ ମାସିକ ୩୦୦୦ ଟଙ୍କା ପେନସନ ଦେବାକୁ ଯୋଜନା କରିଛନ୍ତି |
୩. ବନ୍ଦ ହେବ ବି.ଏସ.ଏନ.ଏଲ :-
ଆପଣ ଯଦି ବି.ଏସ.ଏନ.ଏଲ ଗ୍ରାହକ ତା’ ହେଲେ ଏହି ଖବର ଆପଣଙ୍କୁ ହୁଏତ ନିରାଶ କରିବ | କାରଣ ଫ୍ରେବୁଆରୀ ୨୫, ୨୦୧୯ ଠାରୁ ଟେଲିକମ କମ୍ପାନୀ ବି.ଏସ.ଏନ.ଏଲ ବନ୍ଦ ହୋଇଯିବାର ସମ୍ଭାବନା ରହିଛି ଓ ଏଥି ପାଇଁ କେନ୍ଦ୍ର ସରକାର ମଧ୍ୟ ଚିନ୍ତା କରିଛନ୍ତି | ବହୁତ ଦିନ ଧରି ବି.ଏସ.ଏନ.ଏଲ କମ୍ପାନୀ କ୍ଷତିରେ ଚାଲିଛି | ସେଥିପାଇଁ ମୋଦି ସରକାର ଏହି କମ୍ପାନୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ସୂଚନାଯୋଗ୍ୟ ଯେ, ୨୦୧୭-୧୮ ମଧ୍ୟରେ ବି.ଏସ.ଏନ.ଏଲ କମ୍ପାନୀ ମୋଟ ୩୨୨୮୭ କୋଟି ଟଙ୍କା କ୍ଷତି ସହି ଥିଲା | ତେବେ ଏହି କ୍ଷତି ପ୍ରତିବର୍ଷ ବଢି ବଢି ଚାଲିଛି | ଏଥିପାଇଁ କମ୍ପାନୀର ଅଧିକାରୀମାନେ ଏକ ବୈଠକ କରି କମ୍ପାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି |
୪. ଟିଭି ଚାନେଲ ଚୟନ ପାଇଁ ବଢ଼ିଲା ତାରିଖ :
ଯଦି ଆପଣ ମଧ୍ୟ ଡି.ଟି.ଏଚ କିମ୍ବା କେବଳ ଟିଭି ଦେଖୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର | ଟ୍ରାଇ ଅନୁସାରେ ଏବେ ଗ୍ରାହକ ନିଜ ପସନ୍ଦ ଅନୁସାରେ ଚାନେଲ ଚୟନ କରିପାରିବେ | ଏଥିପାଇଁ ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୩୧ ତାରିଖ ରୟଖା ଯାଇଛି | ଟ୍ରାଇର ନୂଆ ନିୟମ ଅନୁସାରେ, ଟିଭି ଚାନେଲ ଚୟନ ପାଇଁ ସମୟସୀମାର ତାରିଖ ଘୁଞ୍ଚାଇ ଦିଆ ଯାଇଛି | ପୂର୍ବରୁ ଏଥିପାଇଁ ଅବଧି ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଥିଲା | ଏହାପରେ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଥିଲା | କିନ୍ତୁ ଏବେ ଏହାର ସମୟସୀମା ବଢି ମାର୍ଚ୍ଚ ୩୧ ତାରିଖ ହୋଇଛି |
ଆମ ଠାରୁ ଏପରି ଉପାଦେୟ ସୂଚନା ପାଇ ନିଜକୁ ଅପଡେଟ୍ ରଖିବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହନ୍ତୁ |