![]() |
କୃଷି କର୍ମ ଲାଭଜନକ ହେବ । ଯାନ-ବାହନ ସୁଖ ମିଳିବ । ଗୃହ ପରିବେଶ ବାସ ଉପଯୋଗୀ ହେବ । ନିଜ ଅର୍ଜିତ ଧନରେ ଧନୀ ହୋଇପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଆନନ୍ଦ ଉପଭୋଗ କରିବେ । |
![]() |
ଆର୍ଥିକ ସ୍ଥିତି ଉନ୍ନତମାନର ହେବ । ଶୁଭକାର୍ଯ୍ୟ ସମ୍ପାଦିତ ହେବ । ଠାକୁରଙ୍କ ଦର୍ଶନାଭିଳାଷୀ ହେବେ । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭ ମିଳିବ । କବି ହେବେ । ସରକାରଙ୍କୁ ସମର୍ଥନ କରିବେ । |
![]() |
ନିଃସ୍ୱାର୍ଥପର ହେବେ । ମତିମାନ୍ ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ; ଏପରି କି ପତ୍ନୀଙ୍କଠାରୁ ଧନ ଆହରଣ କରିପାରନ୍ତି । ଅକ୍ଷୟ କୀର୍ତ୍ତି ସ୍ଥାପନ କରିବେ । ସହିଷ୍ଣୁ ହେବେ । |
![]() |
ଆୟ ଆଶାନୁରୂପ ହେବ । ସୁକର୍ମୀ ହୋଇପାରନ୍ତି । ରୁଚିକର ଭୋଜନ ମିଳିବ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଘାତଚନ୍ଦ୍ର ଥିବାରୁ ସତର୍କରେ ଚଳିବେ । |
![]() |
ସତ୍ସଙ୍ଗରେ ଧନ ବ୍ୟୟ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଓହରି ଯାଇପାରନ୍ତି । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ମଧୁର ବ୍ୟବହାର ଯୋଗୁଁ ଲୋକାଦୃତ ହୋଇପାରନ୍ତି । |
![]() |
ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଏପରିକି ରାଜଦରବାରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ବିନୟ ଭାବର ହେବେ । ସାଧୁପ୍ରୀତି ରହିବ । |
![]() |
ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରୁ ସଫଳତା ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭକାର୍ଯ୍ୟ କରିପାରନ୍ତି । ବାଣିଜ୍ୟ କାରବାର ବଢ଼ିବ । ପରୋପକାରୀ ହେବେ । |
![]() |
ଦୈନଦିନ କାର୍ଯ୍ୟ ନିର୍ବାହରେ ପାରଙ୍ଗମ ହେବେ । ଶ୍ରମ ସାର୍ଥକ ହେବ । ମିଳିଥିବା କ୍ଷମତାର ସଦ୍ ବ୍ୟବହାର କରି ପ୍ରଶଂସିତ ହେବେ । ଧର୍ମଧ୍ୱଜାଧାରୀ ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । |
![]() |
ପରୋପକାରୀ ହେବେ । ମାନସିକ ସ୍ତରରେ ବିଚାରବନ୍ତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ମତିମାନ୍ ହୋଇପାରନ୍ତି । ବହୁଜନ ପୋଷକ ହେବେ । |
![]() |
ଆଜି ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ । ଦାମ୍ଭିକ ହୋଇପାରନ୍ତି । କର୍ମ କ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ କରିପାରନ୍ତି । ସୁସ୍ୱାଦୁ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ । |
![]() |
ମିତ୍ର ଲାଭ ହେବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । କାର୍ଯ୍ୟବ୍ୟସ୍ତ ରହିବେ । ଋଣ ପରିଶୋଧ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଭୁ-ସମ୍ପତ୍ତି ପାଇଁ ବିବାଦ ଦେଖାଦେବ । |
![]() |
ଅଧ୍ୟାପନାର ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହେବେ । ଶୁଭ ଖବର ପାଇ ଖୁସି ହେବେ । ପୁତ୍ର ସୁଖ ମିଳିବ । ବିଭିନ୍ନ ସ୍ତରରୁ ଧନ ଆହରଣ କରିବାରେ ପାରଙ୍ଗମ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |