![]() |
ପଦାଧିକାରୀଙ୍କ ଅନୁକମ୍ପାରୁ ଅର୍ଥନୈତିକ ଉତ୍କର୍ଷ ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି, ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ। ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଆତ୍ମୀୟମାନେଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ପାରିବେ ନାହିଁ । |
![]() |
ସହକର୍ମୀଙ୍କ ପ୍ରଭାବରେ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି ବଦଳିବାରେ ଲାଗିବ। ବନ୍ଧୁ ସାମୟିକ ସହଯୋଗକୁ ନିଜ ସ୍ବାର୍ଥ ସାଧନ ଦିଗରେ ଲଗାଇ ପାରନ୍ତି। ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଆଜିର ଯାତ୍ରା, ପ୍ରଶାସନ, ଆଇନ କ୍ଷେତ୍ର ମନ୍ଦ ହେବନି। |
![]() |
ସ୍ତ୍ରୀଙ୍କ ଅନୁପ୍ରେରଣା, ପଡ଼ୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟା ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ। ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ଓ ସତ୍ସଙ୍ଗ ସୁଯୋଗ ପାଇବେ । ସଭାସମିତି, ଜମିଜମା ଏବଂପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନପାରେ। ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥସାହାଯ୍ୟ ପାଇବେ। |
![]() |
ଆଜି ଏକାଧାରରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଅତୁଟ ରହିବ। ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଅର୍ଥଲାଭ କରାଇଲେ ସୁଦ୍ଧା ଶନିଙ୍କ ପ୍ରଭାବରେ ପାରିବାରିକ କ୍ଷେତ୍ର ଅସ୍ଥିରତା ରହିବ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ବନ୍ଧୁଙ୍କ ନିମନ୍ତ୍ରଣ ଲାଭକରି ଦୂରଯାତ୍ରା କରିପାରନ୍ତି। |
![]() |
ଆଜିର ଗ୍ରହସ୍ଥିତି ଗୁରୁତ୍ବପୂର୍ଣ୍ଣ ଆଲୋଚନା କ୍ଷେତ୍ରକୁ ସରସ କରିପାରେ । ପଡ଼ୋଶୀ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ କାମରେ ଆସିବ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇବେ। ସଭାସମିତି, କଳା ସାହିତ୍ୟ, ରାଜନୀତି, ଜମିଜମା ତଥା ଗଠନମୂଳକ କାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ହେବେ। |
![]() |
କର୍ମକ୍ଷେତ୍ରରେ ଉଚ୍ଚ ବର୍ଗର ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ପତିଆରା ଜାହିର୍ କରିପାରିବେ। ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ଏବଂ ସାମାଜିକ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ଶନିଙ୍କ ସୂତ୍ରରୁ ଋଣରେ ଅର୍ଥଲାଭ କରିବେ ଏବଂ ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ଶତ୍ରୁତା କରୁଥିବା ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ନେଇ ନାନାଦି କଥା କହିପାରନ୍ତି। |
![]() |
ଆଜି ମନରେ ବହୁବିଧ ଭାବନା ଉଦ୍ରେକ ହେବ କିନ୍ତୁ ବେଶି ଆଶାକରି କିଛି ପାଇବେନାହିଁ । ନିଜ ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ବହୁ ପୂର୍ବରୁ ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି। |
![]() |
ଆଜି ଆପଣ ଯାହା କରନ୍ତୁନା କାହିଁକି ଆପଣଙ୍କର କୌଣସି ଅସୁବିଧା ହେବନାହିଁ। ଅବଶ୍ୟ ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ। ଆଇନ ସହାୟତା ଲାଭକରି ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି। |
![]() |
ଆଜି ଆପଣଙ୍କ ପାଇଁ ଯିଏ ଖାଲ ଖୋଳିବ ସେଥିରେ ସେ ହିଁ ପଡ଼ିବାର ଖବର ପାଇବେ। ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ବାସ କଲେ ହଇରାଣରେ ପଡ଼ିପାରନ୍ତି । ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା ଫଳପ୍ରଦ ହୋଇପାରେ । ଉତ୍ତେଜନାପୂର୍ଣ୍ଣ ମାନସିକ ସ୍ଥିତିଜନିତ କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିପାରେ। |
![]() |
ଗଣତନ୍ତ୍ରର ପ୍ରତୀକ ଶନିଶ୍ଚର ଗଣମାଧ୍ୟମ ସମ୍ବନ୍ଧିତ ବ୍ୟକ୍ତିଙ୍କ ସକାଶେ ଖୁସି ଖବର ପ୍ରଦାନ କରିବ। ବୈରାଗ୍ୟକାରକ ହେତୁ ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବେ । ସ୍ତ୍ରୀଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। |
![]() |
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ କିନ୍ତୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଖୁସି ହୋଇପାରିବେ ନାହିଁ । ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଲାଗି ରହିବ । ପ୍ଳଟିଙ୍ଗ କାରବାର, ପ୍ରକାଶନ,ପ୍ରଶାସନ ଓ ଆନୁଷ୍ଠାନିକ କାମରେ ସମସ୍ୟାର ସମାଧାନ କରିପାରିବେ। |
![]() |
କର୍ମକ୍ଷେତ୍ରରେ ସାଧାରଣ କଥାରୁ ମନରେ ବିରକ୍ତିଭାବ ସୃଷ୍ଟି ହେବାର ଆଶଙ୍କା ରହିଛି। ପରିସ୍ଥିତି ଏପରି ହେବଯେ ଆଜି ଆପଣ କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ହୋଇପାରେ। ଅବଶ୍ୟ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ। ଆର୍ଥିକ ସ୍ୱଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି। |
<!– /wp:table
For daily odia rashiphala visit our website daily in the morning. This is compiled from a trusted source.
Odia Calendar 2024