![]() | ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୂ ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ । ଆନୁଷଙ୍ଗିକ ସୁବିଧା ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ଵରାନ୍ବିତ କରିପାରିବେ। ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅସାବଧାନତା କାରଣରୁ ଅର୍ଥହାନିର ସମ୍ଭାବନା ରହିଛି। |
![]() | ଆକସ୍ମିକ ଭାବେ କୌଣସି ଜିନିଷ କିମ୍ବା ଖବରପାଇ ଖୁସି ଅନୁଭବ କରିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ଦିନଟିରେ ଆୟଠାରୁ ଖର୍ଚ୍ଚ ବଳିଯିବ। ପାରିବାରିକ ସ୍ଥିତି ଓକର୍ମକ୍ଷେତ୍ର ପୂର୍ବପରି ରହିବ। ସାଧାରଣ କଥାରୁ ହଡ଼ ବଢ଼େଇ ଯାଇପାରନ୍ତି। |
![]() | କର୍ମସ୍ଥାନରେ ଧନାଧୂପତି ଅର୍ଥଲାଭ ସହ ବନ୍ଧଙ୍କପ୍ରତିଭାଜନ କରାଇବ। ପରିବାର, ଯାନବାହନ, ଆଲୋଚନା, ଯାତ୍ରା, ବ୍ୟବସାୟ ଦିଗଟି ଭଲ ରହିବ। ଯେଉଁ ବିଷୟରେ ଚିନ୍ତିତ ରହିଛନ୍ତି ତାହା ଅଚିରେ ସମାଧାନ ହୋଇଯିବ। ଆଶା ଫଳବତୀ ହେବାରେ ଅସୁବିଧା ରହିବ ନାହିଁ। ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। |
![]() | ଆଜି ଖର୍ଚ୍ଚାନ୍ତ ହେବେ ସିନା ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜର ଲୋକଙ୍କ ତରଫରୁ ସହଯୋଗ ପାଇବେନି । ସାମାଜିକ ସ୍ତରରେ ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍ କିଛିଦିନ ସକାଶେ ଅଟକି ରହି ଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ। |
![]() | ସ୍ଵାସ୍ଥ୍ୟବସ୍ଥାରେ ଉନ୍ନତି ଘଟିବାରୁ ମନ ହାଲୁକା ହୋଇଯିବ। ବ୍ୟବସାୟ ଓ ପରିବହନରେ ଉନ୍ନତି କରି ଋଣମୁକ୍ତ ହେବାର ସୂଚନା ରହିଛି। ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରି ସଫଳତା ହାସଲ କରିବେ । |
![]() | ବନ୍ଧୁମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାରେ କାମଟିଏ ସମ୍ପନ୍ନ କରିପାରିବେ ନିଜ ପାଇଁ ସେତିକି କରିପାରିବେ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବା ସହ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। |
![]() | ଆଜିର ଗ୍ରହଯୋଗ ଉଚ୍ଚକୋଟୀର କିନ୍ତୁ ଠିକଣା ସମୟରେ ସୁଯୋଗ ନେଇ ପାରିଲେ ହିଁ ଉପକୃତ ହେବେ । ପ୍ରତ୍ୟେକ କଥାରେ ଅତୀତକୁ ଖୋଜିବସିଲେ ଅନୁତାପ କରିବା ବ୍ୟତୀତ କିଛି ଲାଭହେବନି | କାରବାର ବୃଦ୍ଧିଜନିତ ଆର୍ଥିକ ସ୍ୱଚ୍ଛଳତା ଫେରି ଆସିବ। ବନ୍ଧୁଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ। |
![]() | ନିଜ ମନର ଚିନ୍ତାଧାରାର ବିଷମତା ହିଁ ମାନସିକ ଅଶାନ୍ତି ସୃଷ୍ଟି କରିପାରେ। ପାରିବାରିକ କଳହ, ଟଙ୍କା ଦେଶନେଣ, କଚେରି ମାମଲାର ଟେନ୍ସନ ପ୍ରଭୃତି ସମସ୍ୟା ମଧ୍ୟ ରହିପାରେ। ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ, ଯାହାକି ବନ୍ଧୁଙ୍କ ମନକୁ ପାଇବ।ଏଜେନ୍ସିପ୍ ଗଣମାଧ୍ୟମ, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇବେ। |
![]() | ପରିବାରରେ ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ, କିନ୍ତୁ ଅଫିସିଆଲି ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ହେରଫେର ହୋଇଯାଇପାରେ । |
![]() | ଭାଗ୍ୟର ଅନୁକୂଳତା ପ୍ରାପ୍ତ ହୋଇ କାର୍ଯ୍ୟସିଦ୍ଧି ସଙ୍ଗକୁ ସମସ୍ୟାର ଦୂରୀକରଣ ଦିଗରେ ଯନ୍ବାନ୍ ହେବେ। ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ପ୍ରତୀକ୍ଷା କରିଥିବା କୌଣସି ଖବର ମଧ୍ୟାହ୍ନ ପରେ ପାଇ ଖୁସି ହୋଇପାରନ୍ତି। |
![]() | ଚନ୍ଦ୍ରଙ୍କ ସୁପ୍ରଭାବରୁ ଆଜି ଭଲକଥାଗୁଡ଼ିକ ମଧ୍ୟ ପ୍ରିୟଜନଙ୍କୁ ଖଟା ଲାଗିପାରେ। ତଥାପି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ ଓ ପାରିବେ ମଧ୍ୟ । ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ସାହିତ୍ୟ, ସାମ୍ବାଦିକତା, କଳା ଓରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। |
![]() | ଆଜିର ଭଲ ଚିନ୍ତା ଆପଣଙ୍କ ଆଚାରବ୍ୟବହାର ଓ କାର୍ଯ୍ୟଶୈଳୀକୁ ନିୟନ୍ତ୍ରିତ କରିବ। ପରିବାରରୁ ଶ୍ରଦ୍ଧା, ବନ୍ଧୁଙ୍କ ଆଦର, ସମ୍ମାନନୀୟ ବ୍ୟକ୍ତିଙ୍କ ପ୍ରଶଂସାରେ ଉତ୍ଫୁଲ ହୋଇପାରନ୍ତି। ହିତୈଷୀଙ୍କ ଜରିଆରେ ଦୀର୍ଘଦିନରୁ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ । ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ। |
For daily odia rashiphala visit our website daily in the morning. This is compiled from a trusted source.
Odia Calendar 2024