ଅଶ୍ଵିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ସୁଧୁରି ଯିବାରୁ ଆଶ୍ବସ୍ତି ଅନୁଭବ କରିବେ । ଗତକାଲିର ଯୋଜନା ମୁତାବକ କାମରେ ସଫଳତା ଯୋଗୁ ଟେନସନ୍ କମିଯିବ । ପରିବାରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ସସଙ୍ଗ,ସଭାସମିତି, ସଂଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ଫଳ ପାଇବେ। | |
କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅଭିଯୋଗ ପାଇବେ । ବନ୍ଧୁଙ୍କ ଆଗରେ ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବେ। ରୋହିଣୀ ନକ୍ଷତ୍ର ସକାଶେ ଆଜିହିଁ ଶେଷ କରିବାକୁ ଭାବୁଥୁବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। | |
ଆଜିର କର୍ମକ୍ଷେତ୍ରରେ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ କାମ କରିବା ଭଲ । ମୃଗଶିରା ନକ୍ଷତ୍ର ମନ ବୁଝୁଲାଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ଜନ୍ମାଇବାରେ ସମର୍ଥ ହେବେ । ରାଜନୀତିରେ କିମ୍ବା କର୍ମକ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବ ଯାହାକି ମନକୁ ଆଶ୍ୱାସନା ଦେବ। | |
ପୁନର୍ବସୁ ନକ୍ଷତ୍ରର ସ୍ଵାସ୍ଥ୍ୟରେ ଉନ୍ନତି ସହ କର୍ମକ୍ଷେତ୍ରର ସ୍ଥିତି ସ୍ବାଭାବିକ ରହିବ | ଭୁଲ୍ ବୁଝାମଣା ହେତୁ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇନେବେ। କଳା, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ବନ୍ଧୁଙ୍କ ଦ୍ବାରା ପ୍ରଶଂସିତ ହେବେ । ସହକର୍ମୀଙ୍କ ସହଯୋଗ ଆପଣଙ୍କ କାମକୁ ତ୍ବରାନ୍ବିତ କରିବାରେ ସହାୟକ ହେବାର ସୂଚନା ରହିଛି। | |
ପାରିବାରିକ କ୍ଷେତ୍ରରେ ସମସ୍ୟା ନ ସରୁଣୁ ଅନ୍ୟ ଏକ ସମସ୍ୟାର ଉପସ୍ଥିତି ମନକୁ ବିଭ୍ରାନ୍ତ କରିପାରେ । ଆର୍ଥିକ ସ୍ୱଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ବନ୍ଧୁଙ୍କ ପ୍ରରୋଚନାରେ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ। ପୂର୍ବଫାଲଗୁନୀ ନକ୍ଷତ୍ର ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହୋଇପାରନ୍ତି। | |
ହସ୍ତା ନକ୍ଷତ୍ରର ପାରିବାରିକ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନେ ସହଯୋଗ ପ୍ରତିଶ୍ରୁତି ଦେବେ କିନ୍ତୁ କିଛିବି କରିବେ ନାହିଁ । ଆଇନ ଅଦାଲତରୁ ସୁଫଳ ପାଇବେ ଯାହାକି ମନକୁ ଆଶ୍ୱାସନା ଦେବାରେ ସାହାଯ୍ୟ କରିବ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଯୋଗୁ ସାମାନ୍ୟ ହଡ଼ବଡ଼େଇ ଯାଇପାରନ୍ତି। | |
ଗ୍ରହଙ୍କ ଶୁଭତ୍ଵ କାରଣରୁ କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ରପ୍ତାନି ବାଣିଜ୍ୟରେ ଉନ୍ନତି ସହ ଋଣ ପରିଶୋଧ ସକାଶେ ଅନୁକୂଳ ସୁବିଧା ପାଇବେ। ଚିତ୍ରା ନକ୍ଷତ୍ରର ସାମୟିକ ଭାବରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ। ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। | |
ଅନୁରାଧା ନକ୍ଷତ୍ର ପାଇଁ ଧୈର୍ଯ୍ୟର ସୀମା ଲଙ୍ଘନ ପୂର୍ବକ କଠୋର ବାକ୍ୟାଳାପ ପରିସ୍ଥିତିକୁ ଗମ୍ଭୀର କରିଦେବ । ଦୂରଦର୍ଶିତା ଅଭାବରୁ ହାତ ମୁଠାରୁ ସୁଯୋଗ ଖସିଯାଇପାରେ। ସାମାଜିକ ସ୍ତରରେ ନୀଚବ୍ୟକ୍ତି ଦ୍ବାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ଆତ୍ମୀୟଙ୍କ ସହାୟତା ଲାଭକରି ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ। | |
ଉତ୍ତରାଷାଢ଼ା ନକ୍ଷତ୍ର ଆଜି ସହକର୍ମୀଙ୍କ ସହଯୋଗରୁ ସ୍ଥଗିତ କାର୍ଯ୍ୟକୁ ତ୍ବରାନିତ କରିବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍ ରୋଗରେ କଷ୍ଟ ପାଇବେ। | |
ସକାଳୁ ପାରିବାରିକ ସମସ୍ୟାରେ ମନଟା ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ବିବାଦ ବୃଦ୍ଧି କାରଣରୁ ଠିକ୍ ନିଷ୍ପତି ନେଇପାରିବେ ନାହିଁ। ଘରଲୋକଙ୍କ ମନଇଚ୍ଛା କାମ ଏବଂ କର୍ମକ୍ଷେତ୍ରରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ପରିସ୍ଥିତି ଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣ ମଧ୍ଯରେ ରଖିବାରେ ସମର୍ଥ ହେବେ। | |
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟ ମାନଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବେ। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବେ । ଭଲ ସମ୍ପର୍କ ଥିବା ବନ୍ଧୁ ସାଧାରଣ କଥାରେ ବିଗିଡ଼ିଯାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇପାରେ । | |
ସ୍ଥଗିତ କାର୍ଯ୍ୟ ସମ୍ପାଦନରେ ଆପଣଙ୍କ ଚେଷ୍ଟା ଅବ୍ୟାହତ ରହିଲେ ନିର୍ଦ୍ଦିଷ୍ଟ ସମୟରେ କାମ ହାସଲ କରିପାରିବେ । ରେବତୀ ନକ୍ଷତ୍ର ସକାଶେ ଅନ୍ୟମାନଙ୍କ ସହ ସୁସମ୍ପର୍କ ଅଭାବଜନିତ କାମରେ ପ୍ରତିବନ୍ଧକ ସୃଷ୍ଟି ହେବ। ଦୂରାଗତ ବନ୍ଧୁଙ୍କ ଦ୍ବାରା ହଜି ଯାଇଥିବା ଜିନିଷ ପାଇପାରନ୍ତି। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବାରୁ ମନ ଖୁସି ରହିବ। |
For daily odia rashiphala visit our website daily in the morning. This is compiled from a trusted source.