ଆପଣ ଜାଣନ୍ତି ଯେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚାଣକ୍ୟ ଜଣେ ସୁଜ୍ଞାନୀ, ବିଦ୍ବାନ, ପଣ୍ଡିତ, ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପରାମର୍ଶଦାତା ଥିଲେ | ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟୁଲ୍ୟ ଓ ବିଷ୍ଣୁଗୁପ୍ତ | ସେ ତକ୍ଷଶୀଳାରେ ଖ୍ରୀ.ପୂ. ୩୭୧ରେ ଜନ୍ମ ଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୮୩ରେ ପାଟଳୀପୁତ୍ରରେ ମତ୍ୟୁବରଣ କରିଥିଲେ | ତାଙ୍କ ଦ୍ବାରା ରଚିତ ମାନବ ସମାଜକୁ ଅନେକ ଉପଦେଶ ଦେଉଥିବା ‘ଚାଣକ୍ୟନୀତି’ ଓ ଅର୍ଥର ସୁବିନିଯୋଗକୁ ନେଇ ‘ଅର୍ଥଶାସ୍ତ୍ର’ ତାଙ୍କର ମନୁଷ୍ୟ ସମାଜକୁ ଦୁଇଟି ଅମୂଲ୍ୟ ଦାନ ଯାହା ସମାଜକୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ଓ ସମାଜର ଉନ୍ନତି କରାଇବାରେ ବେଶ ସହାୟକ | ଆଜି ମଧ୍ୟ ‘ଚାଣକ୍ୟନୀତି’ରେ ବର୍ଣିତ ନୀତିବାଣୀ ବା ପରାମର୍ଶ ବା ଉପଦେଶ ଆମ ମଧ୍ୟରେ ବହୁତ ଲୋକପ୍ରିୟ |
‘ଚାଣକ୍ୟନୀତି’ରେ ମାନବ ସମାଜ କିପରି ସୁଖ ଶାନ୍ତିରେ ରହି ପ୍ରଗତି କରି ପାରିବ ତାହାକୁ ନେଇ ଅନେକ ପରାମର୍ଶ ରହିଛି ! ତନ୍ମଧ୍ୟରୁ ଏବେ ଆସନ୍ତୁ ଜାଣିବା ଯେ, ଭୁଲ ଉପାୟରେ ଅର୍ଜନ କରିଥିବା ଧନ ମନୁଷ୍ୟ ପାଖରେ କେତେ ଦିନ ରହିଥାଏ ଓ କେଉଁ ପ୍ରକାରେ ଖର୍ଚ୍ଚ ହୋଇଥାଏ |

ଜୀବନରେ ଧନ ଅର୍ଜନ କରିବାକୁ ସମସ୍ତେ ଚାହାନ୍ତି, କେତେଲୋକ ସତ୍ ଉପାୟରେ ଧନ ଅର୍ଜନ କରନ୍ତି ତ କେତେ ଲୋକ ଅସତ୍ ଉପାୟରେ । ତେବେ ଯେଉଁମାନେ ଅସତ୍ ଉପାୟରେ ଧନ ଅର୍ଜନ କରନ୍ତି କିମ୍ବା ସଞ୍ଚୟ କରନ୍ତି ସେମାନଙ୍କର ଧନ କେଉଁ ଉପାୟରେ ଖର୍ଚ୍ଚ ହୁଏ ବା କେତେଦିନ ସେମାନେ ସେହି ଧନ ଭୋଗ କରିପାରନ୍ତି ଆଜି ଆମେ ଆପଣଙ୍କୁ ସେ ବିଷୟରେ ଜଣାଇବୁ ।
‘ଚାଣକ୍ୟନୀତି’ରେ ଲେଖା ଅଛି ଯେ, ଅସତ୍ ଉପାୟରେ ଧନ ଅର୍ଜନ କରିବା କଥା ନୁହେଁ । ଏହି ପ୍ରକାରେ ଅର୍ଜନ କରିଥିବା ପଇସା ବା ଧନ-ସମ୍ପତ୍ତି ଅଧିକ ଦିନ ପର୍ଯ୍ୟନ୍ତ ରୁହି ପାରେ ନାହିଁ । ଚାଣକ୍ୟ କହିଛନ୍ତି ଯେ, କୌଣସି ମଣିଷକୁ ଧୋକା ଦେଇ ବା ବଳ ପୂର୍ବକ ବା ଜୋର-ଜବରଦସ୍ତି ବା ଲୋଭ ଦେଖାଇ ଅର୍ଜନ କରାଯାଇଥିବା ଧନ-ସମ୍ପତ୍ତି ଅଧିକ ଦିନ ପର୍ଯ୍ୟନ୍ତ କେବେ ହେଁ ରହେ ନାହିଁ । ଏହି ଉପାୟରେ ମିଳିଥିବା ଟଙ୍କା ପଇସା ମନୁଷ୍ୟକୁ ଶାରୀରିକ ଓ ମାନସିକ ସମସ୍ୟାରେ ପକାଇ ଥାଏ । ଏହି ପ୍ରକାରର ପଇସା ଜୀବନରେ ଅଶାନ୍ତି ଭରି ଥାଏ । ଅସତ୍ ଉପାୟରେ ଧନ ଅର୍ଜନ କରୁଥିବା ଲୋକ ନିଜ ସହିତ ପରିବାର, ସମାଜର ସମସ୍ୟା ମଧ୍ୟ ବଢାଇଥାନ୍ତି ।
ଏହି ପରିପ୍ରେକ୍ଷୀରେ ଆମେ ଆପଣଙ୍କୁ ଚାଣକ୍ୟ ନୀତିର ଗୋଟିଏ ଶ୍ଳୋକ ମନେ ପକାଇ ଦେଉଛୁ:-
“ଅନ୍ୟାୟୋପାର୍ଜିତ ଦ୍ରବ୍ୟଙ୍ଗ ଦଶ ବର୍ଷଣି ତିଷ୍ଟତି ।
ପ୍ରାପ୍ତେ ଏକାଦଶେ ବର୍ଷେ ସମୁଲଙ୍ଗ ଚ ବିନଷ୍ୟତି ।”
ଅର୍ଥାତ୍, ଅନ୍ୟାୟ ଓ ଭୁଲ କାର୍ଯ୍ୟ କରି ଅର୍ଜନ କରାଯାଇଥିବା ଧନ ଅତି ବେଶିରେ ଦଶ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ପାଖରେ ରହିଥାଏ । ୧୧ ବର୍ଷ ଠାରୁ ସେହି ବ୍ୟକ୍ତିର ଧନର ବିନାଶ ଆରମ୍ଭ ହୋଇଯାଏ । ଚାଣକ୍ୟ ନୀତି ଅନୁସାରେ ପାପ କର୍ମ ଦ୍ଵାରା ବା କାହାକୁ କଷ୍ଟ ଓ ଦୁଃଖ ଦେଇ ଅର୍ଜିତ ପଇସା ଅଭିଶାପିତ ହୋଇ ମଣିଷର ସର୍ବନାଶ କରି ତାକୁ ତଳିତଳାନ୍ତ କରିଥାଏ ।
Download Odia Chanakya Niti Android App
ଏହି ଧନର ପ୍ରଭାବରେ ଭଲ ମଣିଷ ବି ପାପ ଆଡକୁ ବଢି ଥାଆନ୍ତି । ଏଥିପାଇଁ ଏମିତି ପାଇସା ଠୁ ଦୂରେଇ ରହିବା ଦରକାର | ନଚେତ୍ ଖୁବ ଶିଘ୍ର ସେହି ବ୍ୟକ୍ତିର ବଂଶ ନାଶ ମଧ୍ୟ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହିଛନ୍ତି ଯେ, ଏହି ଧନ ଦଶ ବର୍ଷରୁ ଅଧିକ ରହି ପାରେ ନାହିଁ । ତାହା ପରେ ଦୁଇ ଗୁଣା ଖର୍ଚ୍ଚ ବା କ୍ଷତି ହୋଇ ସେହି ପଇସା ଚାଲିଯାଏ । ଆପଣ ବି ବଡ ଲୋକଙ୍କ ମୁହଁରୁ ଏହି କଥାଟି ଶୁଣି ଥିବେ ଯେ, “ଅନ୍ୟାୟ ଧନ ବଢେ ବହୁତ; ଗବାବେଳେ ଯାଏ ମୂଳ ସହିତ…”
ଆମେ ଏପରି ଅନେକ ଶିକ୍ଷଣୀୟ ବାର୍ତ୍ତା ଆପଣଙ୍କ ପାଇଁ ଆଗକୁ ପୋଷ୍ଟ କରିବୁ | ଆମ ଠାରୁ ଉପାଦେୟ ତଥ୍ୟ ପାଇବା ପାଇଁ ଆମ ପେଜ୍ ସହ ଯୋଡି ହୋଇ ରହନ୍ତୁ |
1 Comment
ଆମ ଓଡିଶା ବାସୀ ସବୁ ଜାଣନ୍ତି
ସବୁ ଜାଣି ଆତ୍ମ ଘାତି ହୁଅନ୍ତି I