ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଅଭାବରୁ କାମରେ ଅଗ୍ରଗତି ହୋଇପାରିବ ନାହିଁ। ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରିବେ । କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍ ବ୍ୟବସାୟରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ଫେରିବା ବାଟରେ ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବା ସାଙ୍ଗକୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଉନ୍ନତି କରିବେ । ବନ୍ଧୁଙ୍କ ନିକଟରୁ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ। ସମ୍ପର୍କୀୟଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ଦୂରଦର୍ଶିତା ଅଭାବରୁ କୌଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।ବନ୍ଧୁମାନେ ଯେତେ ବିରୋଧ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡିବନାହିଁ । ପାରିବାରିକ କ୍ଷେତ୍ରରେ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ,…
Author: krishna
ସମସ୍ତ ସୁବିଧା ଥାଇ ମଧ୍ୟ କାମ ହାସଲରେ ବାଧା ଉପୁଜିବ । ଦୀର୍ଘଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ କିମ୍ବା ବ୍ୟବସାୟିକ ବିଫଳତାକୁ ନେଇ ଚିନ୍ତିତ ରହିବେ । କୌଣସି ବିବାଦୀୟ ବିଷୟ ସକାଶେ ପାଖ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ପରିସ୍ଥିତିବଶତଃ କାମ ଚାପରେ ନିଜକୁ ଆଷ୍ଟ କରିବାକୁ ବାଧ୍ୟ ହେବେ।ସକାଳୁ ଘରେ ଟିକିଏ ଜୋର୍ ଦେଇ କଥା କହିବା କାରଣରୁ ଅନ୍ୟମାନେ ନାପସନ୍ଦ କରିବେ । ଯେତେ ବିନୟର ସହ କହିଲେ ମଧ୍ୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ନାହିଁ। ଆନୁଷ୍ଠାନିକ କାର୍ଯ୍ୟରେ ଛୋଟକଥାଟିକୁ କେନ୍ଦ୍ରକରି ମତାନ୍ତର ଘଟିପାରେ। ଆଜିର କର୍ମାରମ୍ଭ, ବ୍ୟବସାୟ ଏବଂ ପରିଜନଙ୍କ ସହ ଯାତ୍ରା ପ୍ରୀତିପ୍ରଦ ରହିବ।କଳେବଳେ କୌଶଳେ ଅର୍ଥ ପାଇବା ସକାଶେ ଚେଷ୍ଟା କରି ଆଶାକୁ ଚରିତାର୍ଥ କରିପାରନ୍ତି। ଅସୁବିଧାରେ ପଡିଥିବା ଲୋକଟି ପ୍ରତି ଦୟାଭାବ ପୋଷଣ କରି ପ୍ରଶଂସା ଭାଜନ ହେବେ । ସହକର୍ମୀଙ୍କ ସାହାଯ୍ୟ ବିନା କାମ ହାସଲ କଷ୍ଟକର…
ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। ରାହୁଙ୍କ ପ୍ରଭାବରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ସକାଳୁ ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବା ଆଶଙ୍କା ରହିଛି। ଆପୋସ ଆଲୋଚନା ଦ୍ବାରା ପାରିବାରିକ ସମସ୍ୟାର ସମାଧାନ କରିପାରିବେ।ବୁଧାଦିତ୍ୟ ଯୋଗଜନିତ ଅଭାବ ପୂରଣ ଦିଗରେ ସହକର୍ମୀ କିମ୍ବା ପଡ଼ୋଶୀ ସାହାଯ୍ୟ କରିବେ। ଉପରିସ୍ଥଙ୍କ ଅନୁକମ୍ପାରୁ ସ୍ଥଗିତ କାମ ତ୍ବରାନ୍ବିତ କରିବେ । ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ହେତୁ ମନ ହାଲୁକା ହୋଇଯାଇପାରେ। ପିଲାଙ୍କ ପଢ଼ା ସମସ୍ୟା, ପରିବହନରେ ଝଗଡ଼ା, ସଭାସମିତିରେ ଅସ୍ଥିରତାର ସୂଚନା ମଧ୍ୟ ରହିଛି।ମଙ୍ଗଳ ଦୃଷ୍ଟି ଶନି ହେତୁ ଆଜିର ପ୍ରତ୍ଯୁଷ ଯାତ୍ରା ଦୀର୍ଘ ଦିନର ଅଭିଳାଷ ପୂରଣକରି ନ ପାରେ। ସ୍ବାସ୍ଥ୍ୟରେ ଉନ୍ନତି ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣରେ ରହିବ। ମକଦ୍ଦମା, ଆଲୋଚନା, ଗବେଷଣା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ।…
କେତୁଯୁକ୍ତ ଚନ୍ଦ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟହାନି ସାଙ୍ଗକୁ ପ୍ରତ୍ୟେକ କାମରେ ସମସ୍ୟାର ସମ୍ମୁଖୀନ ହେବେ। ସାମାଜିକ, ପାରିବାରିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ହେତୁ ସଫଳତା ମିଳିବ। ସହକର୍ମୀଙ୍କ ସହ କଥା କଟାକଟି ଦେଖାଦେବାରୁ ମତାନ୍ତରର ସମ୍ଭାବନା ରହିଛି। ଯେକୌଣସି ପରିସ୍ଥିତିରେ ମଧ୍ୟ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।ଶୁକ୍ର ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ବିଳାସପ୍ରିୟ ଜୀବନଯାପନର ଖୋରାକ ପାଇପାରିବେ। ସ୍ଵଗୃହୀ ଶନିଙ୍କ ସୁପ୍ରଭାବରୁ ସ୍ଥଗିତ କାମ ପୂର୍ଣ୍ଣାଙ୍ଗ କରିବା ସକାଶେ ଦୃଢ଼ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପରିବାର ଭିତରେ ବିବାଦ ଦେଖାଦେଇପାରେ। ମଙ୍ଗଳଙ୍କ ଦୁର୍ବଳତା ହେତୁ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟହାନିଜନିତ ଦୁଚିନ୍ତା ସୃଷ୍ଟିହେବ।କୋଣଭାବସ୍ଥ ଧନାଧୂପତି ଆର୍ଥିକ ସହାୟତା ପ୍ରଦାନ କରି ବନ୍ଧୁଙ୍କୁ ଆପଣାର କରାଇପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ । ରାଜନୀତି, ସଭାସମିତି ଓ ସଂଗଠନ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବେ । ବ୍ୟବସାୟ, ପରିବହନ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ…
ଅଶ୍ଵିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ପୂର୍ବର ସମସ୍ୟା ସୁଧୁରି ଯିବାରୁ ଆଶ୍ବସ୍ତି ଅନୁଭବ କରିବେ । ଗତକାଲିର ଯୋଜନା ମୁତାବକ କାମରେ ସଫଳତା ଯୋଗୁ ଟେନସନ୍ କମିଯିବ । ପରିବାରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ । ସସଙ୍ଗ,ସଭାସମିତି, ସଂଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତ ଫଳ ପାଇବେ।କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅଭିଯୋଗ ପାଇବେ । ବନ୍ଧୁଙ୍କ ଆଗରେ ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବେ। ରୋହିଣୀ ନକ୍ଷତ୍ର ସକାଶେ ଆଜିହିଁ ଶେଷ କରିବାକୁ ଭାବୁଥୁବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।ଆଜିର କର୍ମକ୍ଷେତ୍ରରେ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ କାମ କରିବା ଭଲ । ମୃଗଶିରା ନକ୍ଷତ୍ର ମନ ବୁଝୁଲାଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ବାସ ଜନ୍ମାଇବାରେ ସମର୍ଥ ହେବେ । ରାଜନୀତିରେ କିମ୍ବା କର୍ମକ୍ଷେତ୍ରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ…
ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୂ ଶ୍ରମ ସ୍ବୀକାର କରିବାକୁ ପଡ଼ିପାରେ । ଆନୁଷଙ୍ଗିକ ସୁବିଧା ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ଵରାନ୍ବିତ କରିପାରିବେ। ପାରିବାରିକ ସମସ୍ୟା ବିଶେଷ ଭାବେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅସାବଧାନତା କାରଣରୁ ଅର୍ଥହାନିର ସମ୍ଭାବନା ରହିଛି।ଆକସ୍ମିକ ଭାବେ କୌଣସି ଜିନିଷ କିମ୍ବା ଖବରପାଇ ଖୁସି ଅନୁଭବ କରିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିପାରନ୍ତି । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପି ଦିନଟିରେ ଆୟଠାରୁ ଖର୍ଚ୍ଚ ବଳିଯିବ। ପାରିବାରିକ ସ୍ଥିତି ଓକର୍ମକ୍ଷେତ୍ର ପୂର୍ବପରି ରହିବ। ସାଧାରଣ କଥାରୁ ହଡ଼ ବଢ଼େଇ ଯାଇପାରନ୍ତି।କର୍ମସ୍ଥାନରେ ଧନାଧୂପତି ଅର୍ଥଲାଭ ସହ ବନ୍ଧଙ୍କପ୍ରତିଭାଜନ କରାଇବ। ପରିବାର, ଯାନବାହନ, ଆଲୋଚନା, ଯାତ୍ରା, ବ୍ୟବସାୟ ଦିଗଟି ଭଲ ରହିବ। ଯେଉଁ ବିଷୟରେ ଚିନ୍ତିତ ରହିଛନ୍ତି ତାହା ଅଚିରେ ସମାଧାନ ହୋଇଯିବ। ଆଶା ଫଳବତୀ ହେବାରେ ଅସୁବିଧା ରହିବ ନାହିଁ। ମନର…
ଭୁଲ୍ ବୁଝାମଣାରୁ ଆଜି ପାରିବାରିକ ସ୍ଥିରତା ରହିବ ନାହିଁ। ଦ୍ବିଜା ନକ୍ଷତ୍ରର କିନ୍ତୁ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମାରମ୍ଭ ପୂର୍ବରୁ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ। ମିଥ୍ୟାଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।ପଡ଼ୋଶୀ କିମ୍ବା ଆତ୍ମୀୟ ସାହାଯ୍ୟକଲେ ମଧ୍ୟ ସ୍ତ୍ରୀଙ୍କ ସହଯୋଗରୁ ଉପକୃତ ହେବେ । ପରିବାରର ଆବଶ୍ୟକତାନୁଯାୟୀ ଖର୍ଚ୍ଚ କରିବାକୁ ବାଧ୍ୟହେବେ। ମୃଗଶିରା ନକ୍ଷତ୍ର ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଭାବପ୍ରବଣବଶତଃ ବହୁ କଥାକହି ସହାନୁଭୂତି ବଦଳରେ ସମାଲୋଚନା ଶୁଣିବେ।ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ଦାୟିତ୍ଵ କ୍ରମେ ବୃଦ୍ଧିପାଇବ। ଅବସର ବିନୋଦନ କ୍ରମରେ କୌତୁକିଆ କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ। ପୁନର୍ବସୁ ନକ୍ଷତ୍ର ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।କର୍ମକ୍ଷେତ୍ରରେ ନିଜର ଦକ୍ଷତା ବଳରେ ଉପକୃତ ଓ ପ୍ରଶଂସିତ ହେବେ।ସମୟର ପ୍ରତିକୂଳତା ଦୃଷ୍ଟିକୋଣରୁ…
ବନ୍ଧୁଙ୍କ ମାଧ୍ୟମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଅଫିସ୍ କାମରେ କେତେକ ଉପରିସ୍ଥଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି। କୌଣସି ଆତ୍ମୀୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ବାଚନିକ ସହାୟତା ପାଇବେ। ବୃହସ୍ପତିଙ୍କ ପ୍ରଭାବରେ ଗତକାଲିର ଯୋଜନାମୁତାବକ କାମରେ ଲାଗିପଡ଼ିଲେ ଅବଶ୍ୟ କୃତକାର୍ଯ୍ୟ ହେବେ।ସପ୍ତମ କେନ୍ଦ୍ରସ୍ଥ ଶୁକ୍ରହେତୁ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିବେ ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ବାହାରେ ଅଧିକାଂଶ ସମୟ କଟାଇବା କାରଣରୁ ସାମୟିକ ନିଃସଙ୍ଗତାବୋଧ କରିପାରନ୍ତି।କଳା, ସାହିତ୍ୟ, ସଂଗୀତ ଓ କ୍ରୀଡ଼ା କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହୋଇପାରେ।ରବିଙ୍କ ଯୋଗୁ ସହକର୍ମୀଙ୍କ ଅସହଯୋଗ ହେତୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସାଧାରଣ କଥାରେ ଖଳ ଲୋକମାନଙ୍କ ଦ୍ବାରା କଳହ ଘେରରେ ଆକ୍ରାନ୍ତ ହୋଇ ପାରନ୍ତି। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ବରାନ୍ବିତ ହେବ। ଜମିଜମା,ନିର୍ମାଣ, କଳ କାରଖାନା କ୍ଷେତ୍ରରେ ସମସ୍ୟା ଲାଗି ରହିବ।ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି…
ପଦାଧିକାରୀଙ୍କ ଅନୁକମ୍ପାରୁ ଅର୍ଥନୈତିକ ଉତ୍କର୍ଷ ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି, ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ। ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଆତ୍ମୀୟମାନେଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ପାରିବେ ନାହିଁ । ସହକର୍ମୀଙ୍କ ପ୍ରଭାବରେ ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତି ବଦଳିବାରେ ଲାଗିବ। ବନ୍ଧୁ ସାମୟିକ ସହଯୋଗକୁ ନିଜ ସ୍ବାର୍ଥ ସାଧନ ଦିଗରେ ଲଗାଇ ପାରନ୍ତି। ଭୁଲ୍ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଆଜିର ଯାତ୍ରା, ପ୍ରଶାସନ, ଆଇନ କ୍ଷେତ୍ର ମନ୍ଦ ହେବନି। ସ୍ତ୍ରୀଙ୍କ ଅନୁପ୍ରେରଣା, ପଡ଼ୋଶୀଙ୍କ ପ୍ରତ୍ୟକ୍ଷ ସହଯୋଗ ସମସ୍ୟା ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ। ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ଓ ସତ୍ସଙ୍ଗ ସୁଯୋଗ ପାଇବେ । ସଭାସମିତି, ଜମିଜମା ଏବଂପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନପାରେ।…
Mayuri is one of the Romantic song by Humane Sagar & Sheetal Kar .This Odia ringtone is uploaded under category Odia Ringtones. This ringtone is identified by Humane Sagar & Sheetal Kar. Download Mayuri Ringtone Download Mayuri and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Mayuri Download this ringtone and set as your ringtone, let this ringtone take…