Odia Rashiphala

Odia Rasiphala Tuesday 26th Oct 2021

Daily Odia Horoscope

ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ମନ ପ୍ରସନ୍ନ ରହିବ । ଆତ୍ମବିଶ୍ୱାସୀ ହୋଇପାରନ୍ତି । ମଧୁର କଥା କହି ସମସ୍ତଙ୍କ ମନ ଜିଣିପାରିବେ । ପ୍ରେମୀ ଓ ସାହସୀ ହେବେ ।
ଭାଗ୍ୟଶାଳୀ ହୋଇପାରନ୍ତି । ମଧୁର ଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ । ଉଦାର ଚରିତ୍ର ଓ ବିଦ୍ୟାପ୍ରେମୀ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିତ୍ରଙ୍କଠାରୁ ସାହାଯ୍ୟ ମିଳିବ ।
ସୁଖୀ ହେବେ । ସମ୍ମାନିତ ହେବେ । ଆୟ ଆଶାନୁରୂପ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମାଲି-ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ପ୍ରୀତିଭୋଜନ ମିଳିପାରେ । ସୁସ୍ଥ ଓ ନିରାମୟ ରହିବ ।
କାର୍ଯ୍ୟରେ ବିରୋଧର ସମ୍ମୁଖୀନ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି । ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ । ଯାତ୍ରା ସଫଳ ହେବ ।
ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । କର୍ମଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି ।
ସୁଖ-ସମ୍ମାନ ଲାଭ କରିପାରନ୍ତି । କୁଳପ୍ରଦୀପ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶ ଅର୍ଜନକରି ଗର୍ବିତ ହେବେ ।
ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗୀ ଓ ବିଳାସୀ ହୋଇପାରନ୍ତି । ଦିନଟି ସୁଖ ସମୃଦ୍ଧିପୂର୍ଣ୍ଣ ହେବ । ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପ୍ରବଳ ଉଦ୍ୟୋଗୀ ହେବେ ।
ପ୍ରତିଶୋଧ ପରାୟଣ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ବ୍ୟବସାୟ ଲାଭଜନକ ହେବ । ଦୁର୍ବଳତା ଅନୁଭବ କରିପାରନ୍ତି । ଜଳଯାତ୍ରା ପ୍ରତି ବିପଦ ଅଛି । ସତର୍କର ସହ ଦିନଟିରେ ଚଳିବାକୁ ପଡ଼ିବ ।
ମନ ପ୍ରସନ୍ନ ରହିବ । ବନ୍ଧୁଙ୍କ ସହାୟତା ମିଳିବ । ବ୍ୟବସାୟ ଲାଭଜନକ ହେବ । ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ ।
ଆତ୍ମ ସଂଯମୀ ହୋଇପାରନ୍ତି । ଭ୍ରାତୃ ଭାବ ଅତୁଟ ରହିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶାରୀରିକ ଶକ୍ତି ବୃଦ୍ଧି ପାଇବ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି ।
ଆକସ୍ମିକ ଧନଲାଭର ସୂଚନା ମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ । ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ । ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।
ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହେବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକର୍ମକାରୀ ହୋଇପାରନ୍ତି । ଦଳ ପ୍ରତି ଆଦର ଓ ସମ୍ମାନ ବୃଦ୍ଧି ପାଇବ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2021

Comments

comments

Leave a Reply

Your email address will not be published. Required fields are marked *

Back to top button
X