
ସାମଗ୍ରୀ:
ବଡ ସାଇଜ୍ ସ୍ଲାଇସ୍ ବ୍ରେଡ -୮ଟି
ମସ୍ରୁମ୍-୨୫୦ ଗ୍ରାମ୍
ସିଝାଆଳୁ-୩ଟି
ବଡ ପିଆଜ-୨ଟି (କଟା)
ଗ୍ରୀନ୍ ମଟର-୧ ଟେବୁଲ୍-ଚାମଚ
କଟା ଟମାଟୋ-୧ ଟେବୁଲ୍-ଚାମଚ
କଟା ଧନିଆ ପତ୍ର-କିଛି
ଚାଟ୍ ମସଲା-୧ ଛୋଟ ଚାମଚ
ରିଫାଇନ୍-୧ ଛୋଟ ଚାମଚ
ଲୁଣ-ଅଳ୍ପ
ବଟର୍-୧ ଛୋଟ ଚାମଚ
ପ୍ରଣାଳୀ :
କରେଇରେ ତେଲ ଗରମ କରି ହଳଦିପାଣିରେ ଧୁଆ ହୋଇ ଚିପୁଡା ହୋଇଥିବା ଛତୁ ,ପିଆଜ ,ଲଙ୍କା ,ଟମାଟୋ ,ଲୁଣ ଟିକେ ଦେଇ ଭଲକରି ଭାଜି, ଛତୁ ସିଝିବାଯାଏଁ ଭାଜି ରଖନ୍ତୁ | ଏଥିରେ ସିଝାଆଳୁ ଓ ଚାଟ୍ ମସଲା ,ଧନିଆ ପତ୍ର ପକାଇ ଚକଟି ରଖନ୍ତୁ | ପ୍ୟାନ୍ ଗରମ କରି ହାଲ୍କା ବଟର୍ ଲଗାଇ ବ୍ରେଡ୍ଗୁଡିକୁ ଦୁଇପଟରୁ ହାଲ୍କାଭାରେ ଭାଜି ମଝିରେ ଆଳୁ-ଛତୁ ମିଶ୍ରଣ ଭଲଭାବେ ଲଗାଇ ଉପରକୁ ଆଉ ଗୋଟିଏ ବ୍ରେଡ୍ ପିସ୍ ଲଗାଇ ସେକିଦିଅନ୍ତୁ | ମଝିରୁ ତେର୍ଛା କରି କାଟି ସର୍ଭ କରନ୍ତୁ ସସ୍ ଓସାଲାଡ୍ ସହ |