ସାମଗ୍ରୀ:
ମସ୍ରୁମ୍-୫୦୦ ଗ୍ରାମ୍
ଚୂନାକଟା ଲଙ୍କା- ୧ ଟେବୁଲ୍-ଚାମଚ
ଚୂନାକଟା ଧନିଆ ପତ୍ର-୧ ଟେବୁଲ୍-ଚାମଚ
ଚୂନାକଟା ଟନାଟୋ-୧/୨ ଟେବୁଲ୍-ଚାମଚ
କର୍ଣ୍ଣଫ୍ଲୋର୍-୩ ଟେବୁଲ୍-ଚାମଚ
ଲୁଣ, ଗୋଲମରିଚ ଗୁଣ୍ଡ ,ଲଙ୍କାଗୁଣ୍ଡ-ସ୍ୱାଦାନୁସାରେ
ଚାଟ୍ ମସଲା -୧ ଚାମଚ
ବ୍ରେଡ୍ କ୍ରମ୍ସ୍- ୨ ଟେବୁଲ୍-ଚାମଚ
ରିଫାଇନ୍ ତେଲ – ଭାଜିବା ପାଇଁ
ହଳଦି -୧/୨ ଚାମଚ
ଅଣ୍ଡା-୩ଟି ଫେଣ୍ଟା
ପ୍ରଣାଳୀ :
ଛତୁକୁ ବାଛି ଧୋଇ ଚିପୁଡି ହଳଦି -ଲୁଣ ଗୋଳାଇ କିଛି ସମୟ ରଖି , ତେଲ ଦେଇ ଭଲକରି (ନରମ) ଭାଜି ରଖନ୍ତୁ | ଗୋଟିଏ ପାତ୍ରରେ ଛତୁ ,କଟା ପିଆଜ ,ଟମାଟୋ ,ଲଙ୍କା ,ଲୁଣ, ଲଙ୍କାଗୁଣ୍ଡ ,ଧନିଆ ପତ୍ର ,କର୍ଣ୍ଣଫ୍ଲୋର୍ ଆଦିକୁ ମିଶାଇ ଭଲକରି ଚକଟି କଟ୍ଲେଟ୍ ସାଇଜ୍ରେ ଗଢନ୍ତୁ | ଏହାକୁ ଫେଣ୍ଟା ଅଣ୍ଡାରେ ବୁଡାଇ ଉପରୁ ବ୍ରେଡ୍ କ୍ରମ୍ସ୍ ଲଗାଇ ନନ୍ଷ୍ଟିକ୍ ପ୍ୟାନ୍ରେ ଦୁଇପଟୁ ଲାଲ୍ କରି ଭାଜନ୍ତୁ | କିମ୍ବା ଚାହିଁଲେ ଛାଣି ମଧ୍ୟ ପାରନ୍ତୁ | ଗରମାଗରମ କଟା ପିଆଜ ଓ ସସ୍ ସହ ପରଶନ୍ତୁ |