
ସାମଗ୍ରୀ:
ଅଣ୍ଡା-୨ଟି
ଚୂନାକଟା କଞ୍ଚାଲଙ୍କା-୩ ଟି
ଲୁଣ-ସ୍ୱାଦାନୁସାରେ
ଗୋଲମରିଚ ଗୁଣ୍ଡ-୧/୨ ଟେବୁଲ୍-ଚାମଚ
ଛତୁ ଭଜା-୧ ଟେବୁଲ୍-ଚାମଚ
ରିଫାଇନ୍ ତେଲ- ଆମ୍ଲେଟ୍ କରିବା ପାଇଁ
କ୍ଷୀର-୧/୨ ଟେବୁଲ୍-ଚାମଚ
ପ୍ରଣାଳୀ:
ଛତୁ ଧୋଇ ସଫା କରି ଚିପୁଡି ହଳଦି ,ଲୁଣ ଟିକେ ଗୋଳାଇ କରେଇରେ ତେଲ ଦେଇ ଭଲକରି ଭାଜି ରଖନ୍ତି | ଅଣ୍ଡା ଫଟାଇ ବାଉଲ୍ରେ ଭଲକରି ଫେଣ୍ଟନ୍ତୁ | କଟା ପିଆଜ,ଲଙ୍କା, କ୍ଷୀର ,ଗୋଲମରିଚ ଗୁଣ୍ଡ ,ଲୁଣ ଆଦି ଦେଇଭଲକରି ପୁଣି ଗୋଳାନ୍ତୁ | ପ୍ୟାନ୍ ଗରମ କରି ତେଲ ଦେଇ ଅଧା ମିଶ୍ରଣ ଢାଳି ପ୍ୟାନ୍ ହଲାଇ ଆମ୍ଲେଟ୍ କରନ୍ତୁ ଓ ଉପରକୁ ଭଜା ଛତୁ ପକାଇଦିଅନ୍ତୁ ଚାରିପଟେ | ପୁଣି ବଳକା ମିଶ୍ରଣକୁ ଏହା ଉପରେ ସମାନଭାରେ ଢାଳିଭଲକରି ଦୁଇପଟ ସିଝାଇ ରୋଲ୍ କରି ପ୍ଲେଟ୍କୁ କାଢନ୍ତୁ | ହାଲ୍କା ହାତରେ ଧରି ରୋଲକୁ ତେର୍ଛା ଭାବେ ୩ରୁ୪ ପିସ୍ କରି କାଟନ୍ତୁ | ପ୍ରତି ପିସ୍ରେ ଟୁଥ୍ ପିକ୍ ଲଗାଇ ସରୁକଟା ପିଆଜ ସହ