
ସାମଗ୍ରୀ :
କ୍ଷୀର -୧ଲି
ଗୁଣ୍ଡକ୍ଷୀର-୨ ଟେବୁଲ୍-ଚାମଚ
ଆରାରୁଟ୍ ପାଉଡର-୧ ଟେବୁଲ୍-ଚାମଚ
ଭାନିଲା ଏସେନ୍ସ୍- ୧ଚାମଚ
ପିସ୍ତା ଓ କାଜୁ ବଟା – ୧ଟେବୁଲ୍-ଚାମଚ
ଗୁଣ୍ଡ ବାଦାମ- କିଛି
ପ୍ରଣାଳୀ :
କ୍ଷୀରରେ ଗୁଣ୍ଡ କ୍ଷୀର ଓ ଚିନି ପକାଇ ଅଧା କରି ରଖନ୍ତୁ | ଆରାରୁଟ୍କୁ ଥଣ୍ଡା କ୍ଷୀରରେ ଗୋଳାଇ ଘାଣ୍ଟନ୍ତୁ | କାଜୁ ଓ ପିସ୍ତା ବଟା ପକାଇ ଦିଅନ୍ତୁ | ବହଳିଆ ହୋଇଗଲେ ଏସେନସ୍ ପକାଇ ଗୋଳାଇ କାଢି ରଖନ୍ତୁ |ଭଲକରି ବ୍ଲେଣ୍ଡ କରୁ ଫ୍ରିଜ୍ରେ ବସାନ୍ତୁ | ଅଧା ସେଟ୍ ହେଲା ପରେ ପୁଣି ବ୍ଲେଣ୍ଡ୍ କରି କପ୍ରେ ଢାଳି ଉପରେ ବାଦାମଗୁଣ୍ଡ ଦେଇ ଫ୍ରିଜ୍ରେ ରଖନ୍ତୁ|