
ସାମଗ୍ରୀ :
ବୁଟ ଡାଲି – ୨ କପ୍
ବଡ ପିଆଜ- ୨ ଟି (ସରୁକଟା)
କଞ୍ଚାଲଙ୍କା କଟା – ୩-୪ ଟିର
ଲୁଣ- ସ୍ୱାଦାନୁସାରେ
ଜିରା (ଗୋଟା)-ଅଳ୍ପ
ତେଲ- ଛାଣିବାକୁ
ପ୍ରଣାଳୀ:
ଡାଲିକୁ ୪-୫ ଘଣ୍ଟା ବତୁତାଇ ପାଣି ନଦେଇ ଦରବଟା (ବେଶୀ ଚିକ୍କଣ କରିବେନି ) କରି ରଖନ୍ତୁ | ଲଙ୍କା,ପିଆଜ ,ଲୁଣ ,ଜିରା ମିଶାଇଦିଅନ୍ତୁ | ଛୋଟ ଚେପ୍ଟା ଆକାରରେ ଗଢି ଗରମ ତେଲରେ ମଧ୍ୟମ ଆଞ୍ଚରେ ଲାଲ୍ ବାଦାମୀ କରି ଭାଜନ୍ତୁ | ଗରମାଗରମ ଜଳଖିଆ ଚଟଣି ସହ ପରଶନ୍ତୁ |