ପ୍ରସ୍ତୁତି ସାମଗ୍ରୀ:ବଡଆଳୁ ୨ଟି, ପାଳଙ୍ଗଶାଗ ଅଧକିଲୋ, ଗାଜର ୧ଟି,ମଟର ଅଧକପ୍, ପିଆଜ ୨ଟି, ରସୁଣ ୪ ପାଖୁଡା, କଞ୍ଚାଲଙ୍କା ୧ଟି, ଗରମମସଲା ଗୁଣ୍ଡ, ରିଫାଇନ୍ ତେଲ ୨ ଚାମଚ, ଲୁଣ ପରିମାଣ ଅନୁଯାୟୀ |
ପ୍ରଣାଳୀ– ଆଳୁ ସିଝେଇ ଚୋପାଛଡାଇ, ଛୋଟ ଛୋଟ ଖଣ୍ତ କରି କାଟ । ଗାଜରକଟା ଓ ମଟର ଦର ସିଝା କର । ଗୋଟିଏ ପିଆଜ କାଟି ରଖ ¦ କଞ୍ଚାଲଙ୍କା କାଟ । ପିଆଜ ଲାଲ୍ କରି ଭାଜ । ତା’ପରେ ଲଙ୍କା, ମସଲାବଟା ଦେଇ ଭାଜ । ସିଝାଆଳୁ
କଟା, ଗାଜର, ମଟର ଦେଇ କଷ ଓ ପାଳଙ୍ଗଶାଗ ପକାଅ । ସାମାନ୍ୟ ପାଣି ଦିଅ | ଫୁଟିଗଲେ ଓହ୍ଲାଇ ଗରମମସଲା ବଟା ଦିଅ ।