
ସାମଗ୍ରୀ :
- ବସୁମତୀ ଚାଉଳ – ୧ କପ୍
- ଗୁଆ ଘିଅ – ୨ ଟେବୁଲ ଚାମଚ
- ଚିନି – ୧/୪ କପ୍
- ଗୋଲମରିଚ – ୩ – ୪ ଟି
- ଲବଙ୍ଗ – ୨-୩ ଟି
- ଅଳେଇଚ – ୨ଟି
- ବଡ ଅଳେଇଚ – ୧ ଟି
- ତେଜ ପତ୍ର – ୧ ଟି
- ଡାଲଚିନି – ୧ ଇଞ୍ଚ ଖଣ୍ଡେ
- ହଳଦୀ – ୧/୨ ଚାମଚ
- ଗରମ ପାଣି – ୨.୫ କପ
- କାଜୁ ବାଦାମ – ୧ ଟେବୁଲ ଚାମଚ
- କିସମିସ – ୧ ଟେବୁଲ ଚାମଚ
- କ୍ଷୀର – ୧ ଟେବୁଲ ଚାମଚ
- ଲୁଣ – ସ୍ବଦାନୁସାରେ
ପ୍ରଣାଳୀ-
ବସୁମତୀ ଚାଉଳ କୁ ଧୋଇ ୩୦ ମିନିଟ ଯାଏ ଅଳ୍ପ ପାଣିରେ ଭିଜେଇ ରଖନ୍ତୁ । ଏହାପରେ ଚାଉଳରୁ ପାଣି ନିଗାଡ଼ି ଗୋଟେ କପଡା ରେ ଖେଳାଇ ଶୁଖାଇ ଦିଅନ୍ତୁ । ଚାଉଳ ଟିକେ ସୁଖି ଗଲେ ସେଥିରେ ହଳଦୀ ଗୋଳାଇ ରଖି ଦିଅନ୍ତୁ । ଗ୍ୟାସରେ ବଡ ପ୍ୟାନ ବସାନ୍ତୁ , ସେଥିରେ ୧ ଚାମଚ ଗୁଆ ଘିଅ ପକାନ୍ତୁ । ଘିଅ ଗରମ ହୋଇଗଲେ କାଜୁ ଓ କିସମିସ ପକାଇ ନାଲିଚିଆ ହେବ ଯାଏ ଭାଜନ୍ତୁ । ଏବେ ପ୍ୟାନରେ ଆଉ ଏକ ଚାମଚ ଘିଅ ଦେଇ ଗୋଲମରିଚ ,ଲବଙ୍ଗ,ଅଳେଇଚ,ବଡ ଅଳେଇଚ ,ତେଜ ପତ୍ର ,ଡାଲଚିନି ପକାଇ କିଛି ସମୟ (୨ ମିନିଟ )ଗୋଳାନ୍ତୁ । ଏହାପରେ ସେଥିରେ ଚାଉଳ ପକାଇ ମଧ୍ୟମ ଆଞ୍ଚ ରେ ଚାଉଳ ବ୍ରାଉନ ରଙ୍ଗ ହେବ ପର୍ଯ୍ୟନ୍ତ ଗୋଳାନ୍ତୁ । ଚାଉଳ ବ୍ରାଉନ ରଙ୍ଗ ହୋଇଗଲେ ସେଥିରେ ଗରମ ପାଣି , କ୍ଷୀର ପକାଇ ଭଲକି ଗୋଳାଇ ଗୋଡ଼ାଇ ଦିଅନ୍ତୁ । ଚାଉଳ ଟିକେ ହୋଇଗଲେ ଚିନି ମିଶାଇ ଦିଅନ୍ତୁ । ଚାଉଳ ଭଲ ଭାବେ ହୋଇଗଲେ ଆଞ୍ଚ ରୁ ବାହାରକୁ ଆଣି ଭଜା ହୋଇ ଥିବା କାଜୁ କିସମିସ ରେ ସଜାଇ ପରସନ୍ତୁ ।