Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Odia Recipe»କାନିକା ଅଭଡ଼ା
    Odia Recipe

    କାନିକା ଅଭଡ଼ା

    Suchitra PBy Suchitra PFebruary 24, 2022No Comments2 Mins Read
    Facebook Twitter Pinterest LinkedIn Tumblr Email
    kanika abhada
    kanika abhada
    Share
    Facebook Twitter LinkedIn Pinterest Email

     

    kanika abhada
    kanika abhada

    ସାମଗ୍ରୀ :

    • ବସୁମତୀ ଚାଉଳ – ୧ କପ୍
    • ଗୁଆ ଘିଅ – ୨ ଟେବୁଲ ଚାମଚ
    • ଚିନି – ୧/୪ କପ୍
    • ଗୋଲମରିଚ – ୩ – ୪ ଟି
    • ଲବଙ୍ଗ – ୨-୩ ଟି
    • ଅଳେଇଚ – ୨ଟି
    • ବଡ ଅଳେଇଚ – ୧ ଟି
    • ତେଜ ପତ୍ର – ୧ ଟି
    • ଡାଲଚିନି – ୧ ଇଞ୍ଚ ଖଣ୍ଡେ
    • ହଳଦୀ – ୧/୨ ଚାମଚ
    • ଗରମ ପାଣି – ୨.୫ କପ
    • କାଜୁ ବାଦାମ – ୧ ଟେବୁଲ ଚାମଚ
    • କିସମିସ – ୧ ଟେବୁଲ ଚାମଚ
    • କ୍ଷୀର – ୧ ଟେବୁଲ ଚାମଚ
    • ଲୁଣ – ସ୍ବଦାନୁସାରେ

    ପ୍ରଣାଳୀ-

    ବସୁମତୀ ଚାଉଳ କୁ ଧୋଇ ୩୦ ମିନିଟ ଯାଏ ଅଳ୍ପ ପାଣିରେ ଭିଜେଇ ରଖନ୍ତୁ । ଏହାପରେ ଚାଉଳରୁ ପାଣି ନିଗାଡ଼ି ଗୋଟେ କପଡା ରେ ଖେଳାଇ ଶୁଖାଇ ଦିଅନ୍ତୁ । ଚାଉଳ ଟିକେ ସୁଖି ଗଲେ ସେଥିରେ ହଳଦୀ ଗୋଳାଇ ରଖି ଦିଅନ୍ତୁ । ଗ୍ୟାସରେ ବଡ ପ୍ୟାନ ବସାନ୍ତୁ , ସେଥିରେ ୧ ଚାମଚ ଗୁଆ ଘିଅ ପକାନ୍ତୁ । ଘିଅ ଗରମ ହୋଇଗଲେ କାଜୁ ଓ କିସମିସ ପକାଇ ନାଲିଚିଆ ହେବ ଯାଏ ଭାଜନ୍ତୁ । ଏବେ ପ୍ୟାନରେ ଆଉ ଏକ ଚାମଚ ଘିଅ ଦେଇ ଗୋଲମରିଚ ,ଲବଙ୍ଗ,ଅଳେଇଚ,ବଡ ଅଳେଇଚ ,ତେଜ ପତ୍ର ,ଡାଲଚିନି ପକାଇ କିଛି ସମୟ (୨ ମିନିଟ )ଗୋଳାନ୍ତୁ । ଏହାପରେ ସେଥିରେ ଚାଉଳ ପକାଇ ମଧ୍ୟମ ଆଞ୍ଚ ରେ ଚାଉଳ ବ୍ରାଉନ ରଙ୍ଗ ହେବ ପର୍ଯ୍ୟନ୍ତ ଗୋଳାନ୍ତୁ । ଚାଉଳ ବ୍ରାଉନ ରଙ୍ଗ ହୋଇଗଲେ ସେଥିରେ ଗରମ ପାଣି , କ୍ଷୀର ପକାଇ ଭଲକି ଗୋଳାଇ ଗୋଡ଼ାଇ ଦିଅନ୍ତୁ । ଚାଉଳ ଟିକେ ହୋଇଗଲେ ଚିନି ମିଶାଇ ଦିଅନ୍ତୁ । ଚାଉଳ ଭଲ ଭାବେ ହୋଇଗଲେ ଆଞ୍ଚ ରୁ ବାହାରକୁ ଆଣି ଭଜା ହୋଇ ଥିବା କାଜୁ କିସମିସ ରେ ସଜାଇ ପରସନ୍ତୁ ।

    Odia Recipe Veg Recipe
    Share. Facebook Twitter Pinterest LinkedIn Tumblr Email
    Suchitra P
    • Twitter

    Related Posts

    ଫୁଲକୋବି ଚିଲି ଭଜା

    April 3, 2022

    ଆମ୍ବରସ ଆଇସ୍‌କ୍ରୀମ୍

    April 2, 2022

    ହାଇଦ୍ରାବାଦୀ ଦମ୍ ବିରିଆନୀ (ଚିକେନ୍)

    April 1, 2022

    Leave A Reply Cancel Reply

    Facebook Twitter Instagram Pinterest
    © 2023 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.