Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»Chicken & Nonveg»Odia Nonveg Chicken Palau
    Chicken & Nonveg

    Odia Nonveg Chicken Palau

    lizaBy lizaSeptember 1, 2023Updated:September 1, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chicken Palau
    Chicken Palau
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ଚିକେନ୍‌
    ୫୦୦ ଗ୍ରାମ ବାସନା ଚାଉଳ
    ୪ ଗୋଟି ପିଆଜ
    ୧ ଗୋଟି ରସୁଣ
    ୧ ଇଞ୍ଚ ଅଦା
    ୬ ଟା ଲାଲ ଲଙ୍କା
    ୨ ଖଣ୍ଡ ଡାଲଚିନି,
    ୨ଟା ଗୁଜୁରାତି
    ୨ ଗୋଟି ଅଳେଇଚ
    ୪ ଗୋଟି ଲବଙ୍ଗ
    ୬ଟା ଗୋଲମରିଚ
    ୧ ଚାମଚ ପାନମହୁରୀ
    ୨ ଟା ତେଜପତ୍ର
    ୨ ଖଣ୍ଡ ଜାଇତ୍ରି
    ଛୋଟ ଖଣ୍ଡେ ଜାଇଫଳ
    ୨ ଚାମଚ ଘିଅ
    ୧ କପ୍‌ ରିଫାଇନ୍‌ ତେଲ
    ୧ ଚାମଚ ଭେନିଗର
    ସ୍ଵାଦ ଅନୁସାରେ ଲୁଣ

    ପ୍ରଣାଳୀ – ପ୍ରଥମେ ଦେଢ଼ ଲିଟର ପାଣିରେ ଗୁଜୁରାତି, ଡାଲଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ପାନମହୁରୀ, ତେଜପତ୍ର, ଢାଇତ୍ରି ଓ ଜାଇଫଳକୁ ସିଝାଇ ଦେବ | ଏହା ସିଝି ସିଝି ଏକଲିଟର ପାଣି ହୋଇଗଲେ ଏହାକୁ ଛାଣିକରି ରଖିବ । ୨ଟି ପିଆଜ
    ରସୁଣ, ଅଦା ଓ ଲଙ୍କାକୁ ବାଟିଦେବ । ଚିକେନଚୁ ଛୋଟ ଛୋଟ କାଟିକରି ସଫାକରି ରଖିବ । କରେଇରେ ଅଧାତେଲ ଦେଇ ଚିକେନ୍‌ ଓ ବଟା ମସଲା ଓ ଭେନିଗର ଦେଇ ଭଲ ଭାବରେ କଷିଦେବ ଏହାଜୁ ଅଳ୍ପ ନିଆଁରେ କଲେ ପାଣି ଦେବାକୁ ପଡ଼େନାହିଁ । ଚିକେନ୍‌ ସିଝିଗଲେ ଏହାକୁ ପୁରା ଭଜା ଭଜି କରି ଓହ୍ଲାଇଦେବ । ଡେକ୍‌ଚିରେ ତେଲ ପକାଇ ଚାଉଲକୁ ଭାଜିଦେବ । ଭାଜିବା ସମୟରେ ଲୁଣ ହଳଦୀ ପକାଇ ଭାଜିବ ।ଚାଉଳ ଭଲଭାବରେ ଲାଲ ହେଲେ ସେଥିରେ ମସଲା ସିଝା ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇଦିଅ ଯେପରି ଚାଉଳର ଦୁଇଗୁଣ ପାଣି ହେବା ଦରକାର | ଯଦି ଦରକାର ପଡ଼େ ଆଉ ପାଣି ଦେଲେ ମଧ୍ୟ ଚଳିବ । ଭାତ ସିଝିଗଲେ ସେଥିରେ କଷା ଚିକେନ୍‌ ପକାଇ ଗୋଳାଇ ଦେଇ ଢାଙ୍କୁଣୀ ଘୋଡ଼ାଇଦେବ । ଅନ୍ୟ ଦୁଇଟି ପିଆଜକୁ ଘିଅରେ ସରୁ ସରୁ ଭାଜିଦେଇ ପଲାଉ ଉପରେ ସିଞ୍ଚି ଖାଇବାକୁ ଦେବ । .

    Best Odia Recipe Chicken Palau Odia Chicken Recipe Odiab Tasry Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Tamota Egg Drop Soup

    December 21, 2023

    Palanga Panir Soup

    December 20, 2023

    Kankada Soup Recipe

    December 15, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.