ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ଚିକେନ୍
୫୦୦ ଗ୍ରାମ ବାସନା ଚାଉଳ
୪ ଗୋଟି ପିଆଜ
୧ ଗୋଟି ରସୁଣ
୧ ଇଞ୍ଚ ଅଦା
୬ ଟା ଲାଲ ଲଙ୍କା
୨ ଖଣ୍ଡ ଡାଲଚିନି,
୨ଟା ଗୁଜୁରାତି
୨ ଗୋଟି ଅଳେଇଚ
୪ ଗୋଟି ଲବଙ୍ଗ
୬ଟା ଗୋଲମରିଚ
୧ ଚାମଚ ପାନମହୁରୀ
୨ ଟା ତେଜପତ୍ର
୨ ଖଣ୍ଡ ଜାଇତ୍ରି
ଛୋଟ ଖଣ୍ଡେ ଜାଇଫଳ
୨ ଚାମଚ ଘିଅ
୧ କପ୍ ରିଫାଇନ୍ ତେଲ
୧ ଚାମଚ ଭେନିଗର
ସ୍ଵାଦ ଅନୁସାରେ ଲୁଣ
ପ୍ରଣାଳୀ – ପ୍ରଥମେ ଦେଢ଼ ଲିଟର ପାଣିରେ ଗୁଜୁରାତି, ଡାଲଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ପାନମହୁରୀ, ତେଜପତ୍ର, ଢାଇତ୍ରି ଓ ଜାଇଫଳକୁ ସିଝାଇ ଦେବ | ଏହା ସିଝି ସିଝି ଏକଲିଟର ପାଣି ହୋଇଗଲେ ଏହାକୁ ଛାଣିକରି ରଖିବ । ୨ଟି ପିଆଜ
ରସୁଣ, ଅଦା ଓ ଲଙ୍କାକୁ ବାଟିଦେବ । ଚିକେନଚୁ ଛୋଟ ଛୋଟ କାଟିକରି ସଫାକରି ରଖିବ । କରେଇରେ ଅଧାତେଲ ଦେଇ ଚିକେନ୍ ଓ ବଟା ମସଲା ଓ ଭେନିଗର ଦେଇ ଭଲ ଭାବରେ କଷିଦେବ ଏହାଜୁ ଅଳ୍ପ ନିଆଁରେ କଲେ ପାଣି ଦେବାକୁ ପଡ଼େନାହିଁ । ଚିକେନ୍ ସିଝିଗଲେ ଏହାକୁ ପୁରା ଭଜା ଭଜି କରି ଓହ୍ଲାଇଦେବ । ଡେକ୍ଚିରେ ତେଲ ପକାଇ ଚାଉଲକୁ ଭାଜିଦେବ । ଭାଜିବା ସମୟରେ ଲୁଣ ହଳଦୀ ପକାଇ ଭାଜିବ ।ଚାଉଳ ଭଲଭାବରେ ଲାଲ ହେଲେ ସେଥିରେ ମସଲା ସିଝା ପାଣି ଦେଇ ଢାଙ୍କୁଣୀ ଘୋଡ଼ାଇଦିଅ ଯେପରି ଚାଉଳର ଦୁଇଗୁଣ ପାଣି ହେବା ଦରକାର | ଯଦି ଦରକାର ପଡ଼େ ଆଉ ପାଣି ଦେଲେ ମଧ୍ୟ ଚଳିବ । ଭାତ ସିଝିଗଲେ ସେଥିରେ କଷା ଚିକେନ୍ ପକାଇ ଗୋଳାଇ ଦେଇ ଢାଙ୍କୁଣୀ ଘୋଡ଼ାଇଦେବ । ଅନ୍ୟ ଦୁଇଟି ପିଆଜକୁ ଘିଅରେ ସରୁ ସରୁ ଭାଜିଦେଇ ପଲାଉ ଉପରେ ସିଞ୍ଚି ଖାଇବାକୁ ଦେବ । .