ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଂସ
୫୦୦ ଗ୍ରାମ ବାଇଗଣ
୪ ଗୋଟା ପିଆଜ
୧ ଗୋଟା ରସୁଣ
୨ଟା ଟମାଟ
ଅଳ୍ପ ଅଦ
୨ଖଣ୍ଡ ଡାଲଚିନି
୨ଟା ଗୁଜୁରାତି,
୨ଟା ତେଜପତ୍ର
୬ଟା କଞ୍ଚା ଲଙ୍କା
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ : ମାଂସକୁ ଛୋଟ ଛୋଟ କରି ରଖିବ | ପିଆଜକୁ ଚୁନା ଚୁନା କାଟି କରି ରଖିବ । ରସୁଣ, ଅଦା, କଞ୍ଚା ଲଙ୍କାକୁ ବାଟି କରି ରଖୂବ । କରେଇରେ ତେଲ ଦେଇ, ଡାଲଚିନି, ଗୁଚୁରାତି ଓ ତେଜପତ୍ରକୁ ଫୁଟାଅ । ସେଥୁରେ ପିଆଜ କଟୀ ପକାଇ ଭାଜିବ |
ପଆଜ ନରମ ହେଲେ ମାଂସ ଟମାଟ, ରସୁଣ ଓ ଅଦାବଟା ଦେଇ ଭଲ ଭାବରେ ଗୋଳାଇ କମ୍ ନିଆଁରେ ରଖୂବ । ମାଂସ ସିଝିଗଲେ ବାଇଗଣକୁ ଚୁନା ଚୁନା କାଟିଦେଇ ସେଥିରେ ପକାଇ ଢ଼ାଙ୍କୁଣି ଘୋଡାଇ ଦେବ । ବାଇଗଣ ସିଝିଗଲେ ଏହାକୁ ଭାଜି ଓହ୍ଲାଇ ଦେବ ।