ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମାଂସ ( ବଢ଼ ବଡ଼ ପିସ୍)
୨ ଗୋଟି ପିଆଜ,
୧ ଗୋଟି ରସୁଣ
୧ ଇଞ୍ଚ ଅଦା
୨ ଖଣ୍ଡ ଡାଲଚିନି
୨ଟା ଗୁଜୁରାତି
୨ଟା ଅଣ୍ଡା
୨ ଚାମଚ ମଇଦା
ଅଳ୍ପ ଧନିଆ ପତ୍ର
୧ କପ୍ ତେଲ
୬ଟା ଲାଲ ଲଙ୍କା
ଦରକାର ଅନୁଯାୟୀ ଲୁଣ ହଳଦୀ ।
ପ୍ରଣାଳୀ : ପିଆଜ, ରସୁଣ ଓ ଅଦାକୁ ଚିକ୍କଣ କରି ବାଟି ଦେବ । ଲଙ୍କା,ଗୁଜରାତି ଓ ଡାଲଚିନିକୁ ଦାଟିଦେବ । କରେଇରେ ଅଧ କପ୍ ତେଲ ପକାଇ ମାଂସ, ଦହି, ପିଆଜ, ମସଲା, ଗରମ ମସଲା ଲୁଣ ଓ ହଳଦୀ ପକାଇ କମ୍ ନିଆଁରେ ବସାଇବ ।
ମାଂସ ସିଝିଗଲେ ଓହ୍ଲାଇ ରଖିବ । ଅଣ୍ଡାକୁ ଫେଣ୍ଟିଦେବ । ଅଣ୍ଡା ଫେଣ୍ଟାରେ ମଇଦା ଭଲକରି ମିଶାଇ ଦେବ । ମାଂସ ଥଣ୍ଡା ହେଲେ ତାୱ୍ଵାରେ ତେଲ ଗରମ କରି ସେଥିରେ ଗୋଟିଏ ମାଂସ ପିସ୍ ଅଧା ଫେଣ୍ଟାରେ ବୁଡାଇ ଭାଜିଦେବ ।