ପ୍ରସ୍ତୁତ ସାମଗ୍ରୀ- ୨୫୦ ଗ୍ରାମ୍ ଚିଙ୍ଗୁଡ଼ି
୪ ଗୋଟି ଆଳୁ
୧ ଇଞ୍ଚ ଅଦା
୫ ଗୋଟି କଞ୍ଚାଲଙ୍କା
୧ ଚାମଚ ଜିରା
୧ ଚାମଚ ସୋରିଷତେଲ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ଚିଙ୍ଗୁଡ଼ିର ଚୋପା ଛଡ଼ାଇ ପରିଷ୍କାର କରି ରଖିବ । ଜିରା, ଅଦା, କଞ୍ଚାଲଙ୍କା ବାଟି ରଖିବ । କରେଇରେ ତେଲ ଗରମକରି ଆଳୁ ଓ ଚିଙ୍ଗୁଡ଼ି ମାଛକୁ ଏକସଙ୍ଗରେ ଲୁଣପକାଇ ଭଜାକରି ଖରିଆ କରି ରଖିବ । ଭଜାହୋଇ ଆସିଲେ ସେଥିରେ ମସଲାବଟା ‹ ଦେଇ ପୁଣି ଭଜା ଭଜା କରି ଏକ କପ୍ ପାଣିଦେଇ ଢାଙ୍କୁଣୀ ଘୋଡ଼େଇଦେବ, ଏଥିରେ ଅଳ୍ପ ହଳଦୀ ପକାଇବ ।