ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମର ମଧ୍ୟମ ସାଇଜ୍ର ଚିଙ୍ଗୁଡ଼ି
୧ ଗୋଟି ଫୁଲକୋବି
୧ ଗୋଟି ଟମାଟ
୧ ଚାମଚ ସୋରିଷ
୬ ପାଖୁଡ଼ା ରସୁଣ
୬ଟା କଞ୍ଚାଲଙ୍କା
୨ ଚାମଚ ସୋରିଷ ତେଲ
ଦରକାର ଅନୁଯାଯୀ ଲୁଣ ଓ ହଳଦୀ !
ପ୍ରଣୀଳୀ ¬ ସୋରିଷ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟିଦେବ । ଚିଙ୍ଗୁଡ଼ି ମାଛର ଚୋପା ଛଡ଼ାଇ ଭଲକରି ପରିଷ୍କାର କରି ଧୋଇକରି ରଖିବ । ଫୂଲକୋବିକୁ ବଡ଼ ବଡ଼ ଖଣ୍ଡ କାଟିକରି ରଖିବ . | ଚିଙ୍ଗୁଡ଼ି ଫୁଲକୋବି ସୋରିଷ ବଟା, ତେଲ, ଲୁଣ, ହଳଦୀ ଭଲଭାବରେ ଗୋଳାଇଦେଇ ଏକ କପ୍ ପାଣିଦେଇ ଢାଙ୍କୁଣୀ ଦେଇ କମ୍ ନିଆଁ ରଖିବ । ପାଣି ଶୁଖିଗଲେ ତରକାରିକୁ ଓହ୍ଲାଇ ଦେବ ।