ପ୍ରସ୍ତୁତି ସାମଗ୍ରୀ-
୨୫୦ ଗ୍ରାମ ଛୋଟ ଚିଙ୍ଗୁଡ଼ି
୧ ଚାମଚ ସୋରିଷ
ରସୁଣ ୮ ପାଖୁଡ଼ା
, ୬ ଗୋଟି ଲାଲଲଙ୍କା
୧ ଚାମଚ ସୋରିଷ ତେଲ
ଆବଶ୍ଯକ ଅନୁଯାୟୀ ଲୁଣ |
ପ୍ରଣାଳୀ-
ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁଧୋଇକରି ଭଲଭାବେ ପରିଷ୍କାର କରିଦେବ | ଚିଙ୍ଗୁଡିରେ ଲୁଣ ପକାଇ ଢାଙ୍କୁଣି ଘୋଡାଇ ସିଝାଇଦେବ ।ଚିଙ୍ଗୁଡିର ଚୋପାକୁ ପରିଷ୍କାର କରିଛଡାଇଦେବ |ଚିଙ୍ଗୁଡିର ଚୋପାକୁ ପରିଷ୍କାର କରି ଛଡାଇଦେବ |ଲାଲଲଙ୍କାକୁ ପୋଡିଦେବ |ସୋରିଷ ବାଟିଦେବ |ସିଝା ଚିଙ୍ଗୁଡି,ଲଙ୍କାପୋଡା,ସୋରିଷ ବଟା,ରସୁଣ ଛେଚା,ଲୁଣ ଏବଂ କଞ୍ଚା ସୋରିଷ ତେଲ ପକାଇ ଏହାକୁ ଭଲଭାବେ ଚକଟି ଢାଙ୍କୁଣୀ ଘୋଡାଇ ଅଳ୍ପ ନିଆଁରେ ୧୫ ମିନିଟ୍ ସିଝାଇବ |ଏଥର ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ରାଇତା |