ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ଚୁନା ଚିଙ୍ଗୁଡ଼ି
୪ଟା ଲାଲ ଲଙ୍କା
୬ ପାଖୁଡ଼ାରସୁଣ
ଅଳ୍ପ ଅଦା
୧ ଗୋଟି ଟମାଟ
ଅଧାକପ୍ ତେଲ
୨ ଗୋଟି ପିଆଜ
୨ଟାକଞ୍ଚାଲଙ୍କା
୧ ଚାମଚ ଗରମ ମସଲା୍
୨ ଚାମଚ ଚିନି
ଦରକାର ଅନୁସାରେ ଲୁଣ |
ପ୍ରଣାଳୀ — ପ୍ରଥମେ ଚିଙ୍ଗୁଡ଼ିକୁ ଧୋଇ ତା ‘ର ଚୋପାକାଢ଼ି ପରିଷ୍କାର କରିଦେବ । ସେହି ଚୋପାଛଡ଼ା ଚିଙ୍ଗୁଡ଼ିକୁ ଚିକ୍କଣ କରି ବାଟିହେବ । ବାଟିବା ସମୟରେ ହିଁ ସେଥିରେ ଗୋଟିଏ ପିଆଜ, ରସୁଣ ଓ କଞ୍ଚାଲଙ୍କାକୁ ବାଟିଦେବ । ବାଟି ସାରିବା ପରେ ଲୁଣ, ହଳଦୀ ପକାଇ ଭଲରୂପେ ଫେଣ୍ଟିଦେବ । ଗୋଟିଏ ପାତ୍ରରେ ତେଲ ଲଗାଇ ଏହି ବଟାକୁ ସେଥିରେ ରଖ ପ୍ରେସର କୁକର୍ କିମ୍ବା କରେଇରେ ପାଣିଦେଇ ଏହାକୁ ସିଝାଇବ । ଏହା ସିଝିଗଲେ ଏହାକୁ ଥଣ୍ଡାକରି ପିସ୍ ପିସ୍ କରି କାଟିଦେବ । ଅନ୍ୟ ପିଆଜ ଅଦା ଓ ଲଙ୍କାକୁ ବାଟିଦେବ । କରେଇରେ ତେଲ ଗରମକରି ଏହି ଧୋକାର ପିସ୍କୁ ଲାଲକରି ଭାଜିବ ¦ ଧୋକା ସବୁ ଭଜା ସରିଲେ ସେହି ବଳକା ତେଲରେ ଚିନି ପକାଇ ଟମାଟ କଟା ପକାଇ କସିଦିଅନ୍ତୁ |ତା’ପରେ ସେଥିରେ ବଟା ମସଲା, ଲୁଣ ଓ ହଳଦୀ ପକାଇ ଭଲଗୂପେ ଭାଜନ୍ତୁ | ମସଲାରୁ ଭଲବାସନା ଆସିଲେ ସେଥିରେ ଗରମ ମସଲା ପାଣି ଫୁଟିଲେ ସେଥିରେ ଚିଙ୍ଗୁଡ଼ି ଧୋକା ଗୁଡ଼ିକ ପକାର ୨ ମିନିଟ୍ ଫୁଟାଇ ତରକାରୀ ଓହ୍ଲାଇଦେବେ ।