ପ୍ରସ୍ତୁତି ସାମଗ୍ରୀ- ୬ ଗୋଟି ବଡ଼ ଚିଙ୍ଗୁଡ଼ି
୨ ଗୋଟି ଟମାଟ,
୧ ଚାମଚ ସୋରିଷ
୨ ଚାମଚ ସୋରିଷ ତେଲ
୬ପାଖୁଡ଼ା ରସୁଣ
ଦରକାର ଅନୁଯାୟୀ ଲୁଣ ଓ ହଳଦୀ,
୬ଟା ଲାଲ ଲଙ୍କା !
ପ୍ରଣାଳୀ – ଏଥିରେ ଚିଙ୍ଗୁଡ଼ି ଚୋପାଥିବ. ¦ ଚିଙ୍ଗୁଡିର ମୁଣ୍ଡରୁ ସବୁ ମଇଳା ଜିନିଷ ବାହାର କରିଦେବ । ତା’ର ଲାଞଟିକୁ କାଢ଼ିଦେବ । ସୋରିଷ, ରସୁଣ , ଲଙ୍କାକୁ ଚିକ୍କଣ କରି ବାଟିଦେବ । ଚିଙ୍ଗୁଡ଼ିରେ, ସୋରିଷ ବଟା, ଟମାଟ, ସୋରିଷ ତେଲ ଓ ଲୁଣ ହଳଦୀ ସବୁ ମିଶାଇ ୧ କପ୍ ପାଣିଦେଇ ଢାଙ୍ଗୁଣୀ ଘୋଡ଼ାଇଦେବ । ଏହାକୁ ଲମ୍ ନିଆଁରେ ସିଝିବାକୁ ଦେବ, ଚିଙ୍ଗୁଡ଼ି ସିଝିଯିବ, ତା’ର ଦେହକୁ ଦେହଲାଗିକରି ଝୋଳ ଥିବ ତରକାରିକୁ ଓହ୍ଲାଇଦେବ ।