ପ୍ରସ୍ତୁତି ସାମଗ୍ରୀ-
ଅଧ ଜିଲୋ ମଧ୍ଯମ ସାଇଜ୍ ଚିଙ୍ଗୁଡ଼ି
୨ ଖଣ୍ଡ ଡାଲଚିନି,
ଅଧା କପ୍ ତେଲ,
୨ଗୋଟି ଗୁଜୁରାତି,
୬ ପାଖୁଡ଼ା ରସୁଣ,
୨ ଗୋଟି ଟମାଟ,
୧ ଗୋଟି ପିଆଜ,
୧ ଚାମଚ ପୋସ୍ତ,
ଅଧ ଇଞ୍ଚ ସାଇଜ ଅଦା,
୧ ଚାମଚ ଚିନି,
୬ ଗୋଟି ଲାଲ ଲଙ୍କା,
୧ ଚାମଚ ଢିରା,
୧ ଚାମଚ ଧନିଆ,
ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ |
ପ୍ରଣାଳୀ – ପ୍ରଥମେ ପିଆଜ, ରସୁଣ ଅଦାକୁ ଚିକ୍କଣ କରି ବାଟିଦେବ । ତା’ପରେ ଲଙ୍କା ଜିରା, ଧନିଆ ପୋସ୍ତକୁ ଚିକ୍କଣ କରି ବାଟିବ । ଚିଙ୍ଗୁଡ଼ିର ଚୋପା ଛଡ଼ାଇ ଭଲରୂପେ ସଫ!କରି ରଖିବ । କରେଇରେ ଅଧା ତେଲ ପକାଇ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ଅଳ୍ପ ଭଜାକରି କାଢ଼ିଦେବ । ସେହି ତେଲରେ ପ୍ରଥମେ ପିଆଜ, ମସଲାକୁ ଭାଜିବ, ୨ ମିନିଟ୍ ପରେ ଜିରା ମସଲାକୁ ଭାଜିବ । ସେହି ଜିରା ମସଲା ଭାଜିବାର ୨ ମିନିଟ୍ ଟମାଟକୁ ଭଜା ଟମାଟ ପକାଇ ୫ ମିନିଟ୍ ଭାଜିଲା ପରେ ସେଥିରେ ଚିନି ପକାଇ ଭାଜିବ । ସେଥିରେ ୧ କଫ୍ ପାଣି ପକାଇ ୨ ମିନିଟ୍ ଫୁଟାଧ । ଏହା ୨ ମିନିଟ୍ ଫୁଟିଲାପରେ ଡାଲଚିନି ବଟାଦେଇ ତରକାରିକୁ ଓହ୍ଲାଇ ଦେବ ।