ପ୍ରସ୍ତୁତି ସାମଗ୍ରୀ– ୧ କି.ଗ୍ରା. ବଡ଼ ସାଇଜ୍ ଚିଙ୍ଗୁଡ଼ି ମାଛ,
୪ ଚାମଚ ଧନିଆ
୫ଟି ଲାଲ ଲଙ୍କା
୭ ପାଖୁଡ଼ା ରସୁଣ
ଅଧ ଚାମଚ ସୋରିଷ
ଅଧଇଞ୍ଚ ସାଇଜର ଅଦା
୩ ଗୋଟି ଗୋଲମରିଚ
ଅଳ୍ପ ପିଆଜ,
ଅଧା ଚାମଚ ମେଥି,
୩ ଗୋଟି ଲଙ୍କା
୧ ଫୁଟ ତେନ୍ତୁଳି,
୨ ଡେମ୍ଫ ଭୁରୂସୁଙ୍ଗ ପତ୍ର
୪ ଚାମଚ ତେଲ୍
ଦରକାର ଅନୁଯୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ ¬ ପ୍ରଥମେ ଲାଲ ଲଙ୍କା, ଗୋଲମରିଚ, ସୋରିଷ, ମେଥି ଓ ଧନିଆକୁ ଅଳ୍ପ ଭାଜି ବାଟିଦେବ । ରସୁଣ ଅଦା, ପିଆଜ ଓ କଞ୍ଚାଲଙ୍କାକୁ ଛୋଟ ଛୋଟକରି କାଟିବ | କରେଇରେ ତେଲ ଗରମକରି ସେଥିରେ ଭୁରୁସୁଙ୍ଗ ପତ୍ର ଏଦଂ କଟାମସଲା ପକାଇ ଭାଜ । ସେଗୃଡ଼ିକ ଅଳ୍ପ ନରମ ହୋଇ ଆସିଲେ ସେଥିରେ ବଟା ମସଲା ପକାଇ ଭାଜିବ । ଅଳ୍ପ ଭାଜିଲାପରେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ସେଥିରେ ପକାଇ ଭାଜିବ । ଅଳ୍ପ ସମୟ ଭଜିଲା ପରେ ସେଥିରେ ଦେଢ଼କପ୍ ପାଣି ପକାଇ ଘୋଡାଇ ଦେବ । ଦଶ ମିନିଟ୍ ଫୁଟିବା ପରେ ସେହି ତେନୂଳିରେ ଏକ କପ୍ ପାଣି ପକାଇ ତାର ରସ କାଢ଼ି ଚିଙ୍ଗୁଡ଼ିରେ ପକାଇବ । ଚିଙ୍ଗୁଡ଼ି ସିଝିଗଲେ ତା’ର ସବୁ ଝୋଳ ଶୁଖାଇ ପୁରା ଭଜାକରି ଓହ୍ଲାଇଦେବ । ଟମାଟ ମିଳୁଥିବା ସମୟରେ ତେନ୍ତୁଳି ରସ ପରିବର୍ତେ ୪ କିମ୍ବା-୫ଟା ଟମାଟ ପକାଇଲେ ଭଲହେବ ।