ପ୍ରସ୍ତୁତି ସାମଗ୍ରୀ– ୨୫୦ ଗ୍ରାମ୍ ମାଛ
୩ ଗୋଟି ବିଲାତି ଆଳୁ
୧ ଗୋଟି ରସୁଣ
୪ ଚାମଚ ପୋସ୍ତ
ଅଧକପ୍ ସୋରିଷ ତେଲ
୫ ଗୋଟି କଞ୍ଚାଲଙ୍କା
ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ ।
ପ୍ରଣାଳୀ – ପ୍ରଥମେ ମାଛକୁ ଖଣ୍ଡ ଖଣ୍ଡ କାଟି ତା’ର କାତି କାତି ପରିଷ୍କାର କରିଦେବ । କରେଇରେ ତେଲ ଗରମ କରି ମାଛ ଖଣ୍ଡା ଗୁଡିକୁ ଭାଜି କରି ତା’ର କାଟି ପରିଷ୍କାର କରି କାଡିଦେବ । ଆଳୁର ଚୋପା କାଢ଼ି ଛୋଟ ଛୋଟ ଖଣ୍ଡ ୪ କୋଣିଆ କରି କାଟି ଦେବ । ରସୁଣର ଚୋପାକାଢ଼ି ଛେଚିକରି ରଖିବ । ପୋସ୍ତ ଏବଂ କଞ୍ଚାଲଲ୍କାକୁ । ଚିକ୍କଣ କରି ବାଟି ରଖିବ । କଡ଼େଇରେ ତେଲ ଗରମ କରି ରସୁଣ ଛେଚା ପକାଇ ଆଳୁକଟା ପକାଇବ । କମ୍ ନିଆଁରେ ଆଳୁ ଲାଲକରି ଭାଜିଦେବ। ଆଳୁ ସିଝିଗଲେ ସେଥିରେ ପୋସ୍ତ ବଟା, ମାଛ ଝୁରାକୁ ପକାଇ ତରକାରୀ ଓହ୍ଲାଇଦେବ ।