Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଆମିଷ»Odia Non Veg Recipe Masala Chingudi Bhaja
    ଆମିଷ

    Odia Non Veg Recipe Masala Chingudi Bhaja

    lizaBy lizaSeptember 7, 2023No Comments1 Min Read
    Facebook Twitter Pinterest LinkedIn Tumblr Email
    Chingudi masala bhaja
    Chingudi masala bhaja
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ– ୧ କି.ଗ୍ରା. ବଡ଼ ସାଇଜ୍‌ ଚିଙ୍ଗୁଡ଼ି ମାଛ,
    ୪ ଚାମଚ ଧନିଆ
    ୫ଟି ଲାଲ ଲଙ୍କା
    ୭ ପାଖୁଡ଼ା ରସୁଣ
    ଅଧ ଚାମଚ ସୋରିଷ
    ଅଧଇଞ୍ଚ ସାଇଜର ଅଦା
    ୩ ଗୋଟି ଗୋଲମରିଚ
    ଅଳ୍ପ ପିଆଜ,
    ଅଧା ଚାମଚ ମେଥି,
    ୩ ଗୋଟି ଲଙ୍କା
    ୧ ଫୁଟ ତେନ୍ତୁଳି,
    ୨ ଡେମ୍ଫ ଭୁରୂସୁଙ୍ଗ ପତ୍ର
    ୪ ଚାମଚ ତେଲ୍
    ଦରକାର ଅନୁଯୟୀ ଲୁଣ ଓ ହଳଦୀ ।

    ପ୍ରଣାଳୀ ¬ ପ୍ରଥମେ ଲାଲ ଲଙ୍କା, ଗୋଲମରିଚ, ସୋରିଷ, ମେଥି ଓ ଧନିଆକୁ ଅଳ୍ପ ଭାଜି ବାଟିଦେବ । ରସୁଣ ଅଦା, ପିଆଜ ଓ କଞ୍ଚାଲଙ୍କାକୁ ଛୋଟ ଛୋଟକରି କାଟିବ | କରେଇରେ ତେଲ ଗରମକରି ସେଥିରେ ଭୁରୁସୁଙ୍ଗ ପତ୍ର ଏଦଂ କଟାମସଲା ପକାଇ ଭାଜ । ସେଗୃଡ଼ିକ ଅଳ୍ପ ନରମ ହୋଇ ଆସିଲେ ସେଥିରେ ବଟା ମସଲା ପକାଇ ଭାଜିବ । ଅଳ୍ପ ଭାଜିଲାପରେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ସେଥିରେ ପକାଇ ଭାଜିବ । ଅଳ୍ପ ସମୟ ଭଜିଲା ପରେ ସେଥିରେ ଦେଢ଼କପ୍‌ ପାଣି ପକାଇ ଘୋଡାଇ ଦେବ । ଦଶ ମିନିଟ୍‌ ଫୁଟିବା ପରେ ସେହି ତେନୂଳିରେ ଏକ କପ୍‌ ପାଣି ପକାଇ ତାର ରସ କାଢ଼ି ଚିଙ୍ଗୁଡ଼ିରେ ପକାଇବ । ଚିଙ୍ଗୁଡ଼ି ସିଝିଗଲେ ତା’ର ସବୁ ଝୋଳ ଶୁଖାଇ ପୁରା ଭଜାକରି ଓହ୍ଲାଇଦେବ । ଟମାଟ ମିଳୁଥିବା ସମୟରେ ତେନ୍ତୁଳି ରସ ପରିବର୍ତେ ୪ କିମ୍ବା-୫ଟା ଟମାଟ ପକାଇଲେ ଭଲହେବ ।

    Masala Chingudi Bhaja Odia Non Veg Recipe Odia Non Veg Recipe Masala Chingudi Bhaja Odia Tasry Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Odia Tasty Recipe Machha Posta

    November 15, 2023

    Fish Stew

    November 14, 2023

    Mahurali Machhara Bara

    November 9, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2025 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.