ପ୍ରସ୍ତୁତି ସାମଗ୍ରୀ- ୪ କି.ଗ୍ରା. ବାସ୍ନା ଅରୁଆ ଗଉଳ୍
୫୦୦ ଗ୍ରାମ ଛୋଟ ମାଛ
ଗୋଟେ ବଡ଼ ନଢ଼ିଆ
୧ କପ୍ ଡାଲଡା କିମ୍ ରିଫାଇନ୍ ତେଲ
୧ ଗୋଟି ଲାଲ ଟମାଟ
୫ଟି କଞ୍ଚାଲଙ୍କା
୧ ଇଞ୍ଚ ଲମ୍ବର ଅଦା
୩ଟା ଲବଙ୍ଗ
୫ଟା ଗୁଜୁରାତି
୨ ଟା ବଡ଼ ପିଆଜ
୪/୬ ପାଖୁଡ଼ା ରସୁଣ
୨ଟା ଛୋଟ ଡାଲଚିନି ଖଣ୍ଡ
ଦରକାର ମୁତାବକ ଲୁଣ, ହଳଦୀ !
ପ୍ରଣାଳୀ: – ପ୍ରଥମେ ଚିଙ୍ଗୁଡ଼ି ଚୋପା ଛଡ଼ାଇ ଏବଂ ପୁଣ୍ଡ ଛଡ଼ାଇ ପୂରାପୁରି ପରିଷ୍କାର କରି ସେଥିରେ ଲୁଣ ହଳଦୀ ଗୋଳାଇ ରଖିବ । କରେଇରେ ତେଲ କିମ୍ବା ଘିଅ ପକାଇ ଗୋଟିଏ ପିଆଜକୁ ସରୁ ସରୁ କାଟି ଭାଜିବ । ସେଥିରେ କଞ୍ଚାଲଙ୍କାକୁ ଫାଳ କରି ରସୁଣ ଛେଚିକରି ପକାଅ । ତାହା ଅଳ୍ପ ଭାଜିହୋଇ ଗଲେ ସେଥିରେ ଟମାଟ ଛୋଟ ଛୋଟ କାଟିକରି ପକାଅ ଆଉ ସେତେବେଳେ ଚିଙ୍ଗୁଡ଼ିକୁ ପଜାଇବ । ତାହାକୁ ଭଲରୂପେ ଗୋଳି କରି ଭାଜିବ । ତାହା ଶୁଖୁଲା ହୋଇଗଲେ ଓହ୍ଲାଇ ରଖ । ଡେକ୍ଟିରେ ପାଣି ଗରମ କରିବ । ତା’ପରେ ନଡ଼ିଆକୁ କୋରି ଚିକ୍କଣ କରି ବାଟିଦେବ । ନଡ଼ିଆ ବଟାରେ ପାଣି ଦେଇ ଚକଟି ଛାଣି ରସ ବାହାର କରି ରଖ । ଡେକ୍ଟିରେ ଘିଅ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ, ` ଡାଲଚିନିର ଖଣ୍ଡ ପଜାଇଦିଅ । ସେଗୁଡ଼ିକ ଅଳ୍ପ ଭାଳି ଗଲେ ସେଥିରେ ଗଉଳକୁ ଭଲରୂପେ ଧୋଇକରି ଭାଜିବ । ଗଉଳ ଭାଜୁଥିବ ଯେତେବେଳେ ପର୍ଯ୍ୟନ୍ତ ଗଉଳରୁ ପାଣି ଶୁଖଯାଇଛି । ସେତେବେଳେ ସେଥିରେ ୮ କପ୍ ନଡ଼ିଆ ପାଣି ଏବଂ ଲୁଣ ହଳଦୀ ପକାଇଦିଅ ଢାଙ୍କୁଣି ଘୋଢ଼ାଇଦିଅ । ଭାତ ୩ ଭାଗ ହେଇଆସିଲା ବେଳେ ଭଜା ଚିଙ୍ଗୁଡ଼ି ପଳାଇ ଗୋଳାଇ ପୁଣି ଢାଙ୍କୁଣୀ ବନ୍ଦ କରିଦେବ ।ପରେ ଡେକ୍ଚି ଓହ୍ଲାଇଦେଇ ଢାଙ୍କୁଣୀ ଉପରେ ରଡ଼ ନିଆଁ ପକାଇ ଦିଅ । ଭାତ ଅଳ୍ପ ଟାଣ ଥିବ ଓହ୍ଲାଇ ଦେଇ ଢାଙ୍କୁଣୀ ବନ୍ଦକରି ଦେଲେ ସେଇ ବାମ୍ଫରେ ଭାତ ସିଝିଯିବ ।