Facebook Twitter Instagram
    Odia Recipes
    Facebook Twitter Instagram
    Odia Recipes
    Home»ଆମିଷ»Madrasi Chingudi Palau Recipe
    ଆମିଷ

    Madrasi Chingudi Palau Recipe

    lizaBy lizaSeptember 5, 2023No Comments2 Mins Read
    Facebook Twitter Pinterest LinkedIn Tumblr Email
    Madrasi Chingudi Palau
    Madrasi Chingudi Palau
    Share
    Facebook Twitter LinkedIn Pinterest Email

    ପ୍ରସ୍ତୁତି ସାମଗ୍ରୀ- ୪ କି.ଗ୍ରା. ବାସ୍ନା ଅରୁଆ ଗଉଳ୍
    ୫୦୦ ଗ୍ରାମ ଛୋଟ ମାଛ
    ଗୋଟେ ବଡ଼ ନଢ଼ିଆ
    ୧ କପ୍‌ ଡାଲଡା କିମ୍ ରିଫାଇନ୍‌ ତେଲ
    ୧ ଗୋଟି ଲାଲ ଟମାଟ
    ୫ଟି କଞ୍ଚାଲଙ୍କା
    ୧ ଇଞ୍ଚ ଲମ୍ବର ଅଦା
    ୩ଟା ଲବଙ୍ଗ
    ୫ଟା ଗୁଜୁରାତି
    ୨ ଟା ବଡ଼ ପିଆଜ
    ୪/୬ ପାଖୁଡ଼ା ରସୁଣ
    ୨ଟା ଛୋଟ ଡାଲଚିନି ଖଣ୍ଡ
    ଦରକାର ମୁତାବକ ଲୁଣ, ହଳଦୀ !

    ପ୍ରଣାଳୀ: – ପ୍ରଥମେ ଚିଙ୍ଗୁଡ଼ି ଚୋପା ଛଡ଼ାଇ ଏବଂ ପୁଣ୍ଡ ଛଡ଼ାଇ ପୂରାପୁରି ପରିଷ୍କାର କରି ସେଥିରେ ଲୁଣ ହଳଦୀ ଗୋଳାଇ ରଖିବ । କରେଇରେ ତେଲ କିମ୍ବା ଘିଅ ପକାଇ ଗୋଟିଏ ପିଆଜକୁ ସରୁ ସରୁ କାଟି ଭାଜିବ । ସେଥିରେ କଞ୍ଚାଲଙ୍କାକୁ ଫାଳ କରି ରସୁଣ ଛେଚିକରି ପକାଅ । ତାହା ଅଳ୍ପ ଭାଜିହୋଇ ଗଲେ ସେଥିରେ ଟମାଟ ଛୋଟ ଛୋଟ କାଟିକରି ପକାଅ ଆଉ ସେତେବେଳେ ଚିଙ୍ଗୁଡ଼ିକୁ ପଜାଇବ । ତାହାକୁ ଭଲରୂପେ ଗୋଳି କରି ଭାଜିବ । ତାହା ଶୁଖୁଲା ହୋଇଗଲେ ଓହ୍ଲାଇ ରଖ । ଡେକ୍‌ଟିରେ ପାଣି ଗରମ କରିବ । ତା’ପରେ ନଡ଼ିଆକୁ କୋରି ଚିକ୍କଣ କରି ବାଟିଦେବ । ନଡ଼ିଆ ବଟାରେ ‌ ପାଣି ଦେଇ ଚକଟି ଛାଣି ରସ ବାହାର କରି ରଖ । ଡେକ୍ଟିରେ ଘିଅ ଗରମ କରି ସେଥିରେ ଗୁଜୁରାତି, ଲବଙ୍ଗ, ` ଡାଲଚିନିର ଖଣ୍ଡ ପଜାଇଦିଅ । ସେଗୁଡ଼ିକ ଅଳ୍ପ ଭାଳି ଗଲେ ସେଥିରେ ଗଉଳକୁ ଭଲରୂପେ ଧୋଇକରି ଭାଜିବ । ଗଉଳ ଭାଜୁଥିବ ଯେତେବେଳେ ପର୍ଯ୍ୟନ୍ତ ଗଉଳରୁ ପାଣି ଶୁଖଯାଇଛି । ସେତେବେଳେ ସେଥିରେ ୮ କପ୍‌ ନଡ଼ିଆ ପାଣି ଏବଂ ଲୁଣ ହଳଦୀ ପକାଇଦିଅ ଢାଙ୍କୁଣି ଘୋଢ଼ାଇଦିଅ । ଭାତ ୩ ଭାଗ ହେଇଆସିଲା ବେଳେ ଭଜା ଚିଙ୍ଗୁଡ଼ି ପଳାଇ ଗୋଳାଇ ପୁଣି ଢାଙ୍କୁଣୀ ବନ୍ଦ କରିଦେବ ।ପରେ ଡେକ୍ଚି ଓହ୍ଲାଇଦେଇ ଢାଙ୍କୁଣୀ ଉପରେ ରଡ଼ ନିଆଁ ପକାଇ ଦିଅ । ଭାତ ଅଳ୍ପ ଟାଣ ଥିବ ଓହ୍ଲାଇ ଦେଇ ଢାଙ୍କୁଣୀ ବନ୍ଦକରି ଦେଲେ ସେଇ ବାମ୍ଫରେ ଭାତ ସିଝିଯିବ ।

    Chingudi Palau Madrasi Chingudi Palau Recipe Tasty Recipe
    Share. Facebook Twitter Pinterest LinkedIn Tumblr Email
    liza

    Related Posts

    Odia Tasty Recipe Machha Posta

    November 15, 2023

    Fish Stew

    November 14, 2023

    Odia Tasty Recipe Pamfret Kabab

    November 3, 2023

    Leave A Reply Cancel Reply

    Facebook Twitter Instagram Pinterest
    © 2026 Odia Recipes. Developed by OdiaWeb.

    Type above and press Enter to search. Press Esc to cancel.